Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନବରାତ୍ରୀର ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମଙ୍ଗଳ କାମନା କରି ମା’ କୁଷ୍ମାଣ୍ଡାଙ୍କୁ ଆଶୀର୍ବାଦ ଲୋଡ଼ିଛନ୍ତି।

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ନବରାତ୍ରୀର ଚତୁର୍ଥ ଦିନ ହେଉଛି ମା’ କୁଷ୍ମାଣ୍ଡାଙ୍କ ଉପାସନାର ପବିତ୍ର ଦିନ। ସମସ୍ତ ପରିଜନଙ୍କ କଲ୍ୟାଣ ପାଇଁ ଦେବୀ ମାତାଙ୍କ ନିକଟରେ କାମନା କରୁଛି।’