Categories
ଆଜିର ଖବର ରାଜ୍ୟ ଖବର

ବାରବାଙ୍କରେ ବିଦ୍ୟୁତ ସଂସ୍ପର୍ଷରେ ଆସି ମା’ ପୁଅ ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଷରେ ଆସି ମା’ ଆଉ ପୁଅର ମୃତ୍ୟୁ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ବାରବାଙ୍କ ଗ୍ରାମର ଯଶୋଦା ସାହୁ (୬୫) ଓ ସୁଶାନ୍ତ ସାହୁ (୩୦) ଘରେ ଥିବା ଫ୍ୟାନ୍ ର ବିଦ୍ୟୁତ୍ ସଂସ୍ପର୍ଷରେ ଆସିଥିଲେ। ଫ୍ୟାନରେ କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ ହୋଇ ଯାଇଥିବାରୁ ମା, ପୁଅ ତାରି ସଂଶ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଚାରମାଳ ପୋଲିସ୍ ଖବର ପାଇ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରଖିଛି। ଏହି ଘଟଣାରେ ଚାରମାଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁକୁ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଗୁରୁତର ଶିଶୁପୁତ୍ରର ବି ଚାଲିଗଲା ଜୀବନ

ବଣାଇ : ଘର ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଦେଢ ବର୍ଷର ଶିଶୁ ପୁତ୍ରଟି ମଧ୍ୟ ମୃତ୍ୟୁବରଣ କରିଛି । ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି ଶିଶୁଟି । ତେବେ ମହିଳା ଓ ଦେଢବର୍ଷର ଶିଶୁ ପୁତ୍ରର ମୃତ୍ୟୁର କାରଣ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । ଅପରପକ୍ଷରେ ମହିଳାଙ୍କ ବାପଘର ଲୋକଙ୍କ ଥାନାରେ ହତ୍ୟା ଅଭିଯୋଗ କରିଥବାବେଳେ ପୋଲିସ୍‌ ଏନେଇ ତଦନ୍ତ ଆରମ୍ଭ କରିଛି ।