Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗ୍ୟାସ୍ ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ଏହି ନମ୍ବରରେ କରନ୍ତୁ ମିସଡ୍ କଲ୍

ଭୁବନେଶ୍ବର: ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ପଞ୍ଜୀକରଣ କରିବା ପ୍ରକ୍ରିୟା ଏବେ ଆହୁରି ସହଜ ହୋଇଛି। ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଗ୍ୟାସ୍ ଉପଭୋକ୍ତା ପାଇଁ ଏକ ନୂଆ ସେବା ଆରମ୍ଭ କରିଛନ୍ତି। ଆଜି ଭୁବନେଶ୍ୱର ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂଆ ସେବାର ଶୁଭାରମ୍ଭ କରିଛନ୍ତି। ଏଣିକି ମିସଡକଲ୍ କଲେ ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ପଞ୍ଜୀକରଣ କରିପାରିବେ ଗ୍ୟାସ୍ ଉପଭୋକ୍ତା। ଏହାଦ୍ୱାରା ଆଉ ଡିଲରଙ୍କ ନିକଟକୁ ଦୌଡିବାକୁ ପଡିବ ନାହିଁ।

ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସଡ୍ କଲ୍ ଦେବାକୁ ପଡିବ। ମିସ୍‌ଡ କଲ କଲେ ମୋବାଇଲରେ ଗୋଟିଏ ଲିଙ୍କ୍ ଆସିବ। ଲିଙ୍କରେ ଥିବା ଫର୍ମ ପୂରଣ କରି ଆବଶ୍ୟକ କାଗଜପତ୍ର ଦେବାକୁ ହେବ। ନିକଟସ୍ଥ ଡିଲରଙ୍କୁ କାଗଜପତ୍ର ଦେଲେ ନୂଆ ସଂଯୋଗ ମିଳିଯିବ।

ଏହା ଉପଭୋକ୍ତାଙ୍କୁ ବେଶ ସହାୟକ ହେବ। ଯାହାଫଳରେ ଗ୍ରାହକମାନେ ସହଜରେ ଗ୍ୟାସ୍ ବୁକିଂ ସହ ନୂଆ କନେକ୍ସନ ନେଇପାରିବେ। ନୂଆ କନେକ୍ସନ ଏବଂ ନୂଆ କନେକ୍ସନ ଲାଗି ସ୍ଥାନୀୟ ଡିଲରଙ୍କ ସହ ଯୋଗାଯୋଗ କରିବାକୁ ପଡୁଥିଲା। କିନ୍ତୁ ଏବେ ଘ​‌ରେ ବସି ସହଜରେ ସୁବିଧା ପାଇ ପାରିବେ।