Categories
ଆଜିର ଖବର ଖେଳ ଜାତୀୟ ଖବର

ମିସବାହ ଉଲ ହକଙ୍କ ଭବିଷ୍ୟବାଣୀ: ୨୦୨୩ ବିଶ୍ୱକପର ଫାଇନାଲ ଖେଳିବେ ଏହି ଦୁଇ ଦଳ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ମିସବାହ ଉଲ ହକ ୨୦୨୩ ବିଶ୍ୱକପର ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ମିସବାହ ସେହି ଦୁଇ ଦଳର ନାମ ଘୋଷଣା କରିଛନ୍ତି ଯାହା ଏଥର ବିଶ୍ୱକପ୍ ର ଫାଇନାଲ୍ ଖେଳିପାରନ୍ତି। ଏସ୍ପୋର୍ଟ୍ସକୁ ମିସବାହ ସେହି ଦୁଇଟି ଦଳର ନାମ କହିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ମିସବାହ ବିଶ୍ୱାସ କରନ୍ତି ଯେ, ଏଥର ବିଶ୍ୱକପ ଫାଇନାଲ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ପ୍ରକାଶ ଯେ, ଏହି ବିଶ୍ୱକପରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ଏହି ବିଶ୍ୱକପରେ କେବଳ ଦୁଇଟି ମ୍ୟାଚ୍ ହାରିଛି।

ମିସବାହ ବ୍ୟତୀତ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ମଧ୍ୟ ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ମଲିକଙ୍କ ଅନୁଯାୟୀ ବିଶ୍ୱକପ ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ ତାରିଖରେ ମୁମ୍ବାଇରେ ଖେଳାଯିବ ଏବଂ ଦ୍ୱିତୀୟ ସେମିଫାଇନାଲ ନଭେମ୍ବର ୧୬ ତାରିଖରେ କୋଲକାତାରେ ଖେଳାଯିବ। ଏହା ପରେ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ ବିଶ୍ୱକପ୍‌ର ଫାଇନାଲ ଖେଳାଯିବ