Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗ୍ୟାଙ୍ଗଷ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖତାର ଅନସାରୀ: ୫ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ମାମଲାରେ ବାହୁବଲୀ ମୁଖତାର୍ ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁଖତାର ଅନସାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ କରାଯାଇଛି ଏବଂ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମଧ୍ୟ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧୀନରେ ୨୩ ବର୍ଷ ପୁରୁଣା ମାମଲାରେ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଷ୍ଟିସ ଦୀନେଶ କୁମାର ସିଂଙ୍କ ଏକକ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ ଏହି ମାମଲାର ୧୯୯୯ ମସିହାରେ ହଜରତଗଞ୍ଜ ପୋଲିସ ଷ୍ଟେସନରେ ମାମଲା ପଞ୍ଜୀକୃତ ହୋଇଥିଲା।

ଏହାପୂର୍ବରୁ ବୁଧବାର ଦିନ ମୁଖତାର ଅନସାରୀଙ୍କୁ ଏକ ମାମଲାରେ ସାତ ବର୍ଷ ଦଣ୍ଡିତ କରାଯାଇଥିଲା। ଗତ ୩୪ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ମାଫିଆଙ୍କୁ ଦଣ୍ଡିତ କରାଯାଇଥିଲା। ତେବେ ଏହି ୫୯ ଟି ମାମଲା ମଧ୍ୟରୁ ଅଧିକାଂଶ ମାମଲା ଗାଜିପୁର ଜିଲ୍ଲାରେ ପଞ୍ଜିକୃତ ହୋଇଛି।