Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସ ନେତାଙ୍କୁ ପୋଲିସର ଅଟକ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଭିତ୍ତି ଭୂମି ପ୍ରୋଜେକ୍ଟର କାର୍ଯ୍ୟ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କର ପଥ ଅବରୋଧ କରି ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅନ୍ୟାୟର ଜବାବ ମାଗିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲା। ରାଜରାସ୍ତାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ପ୍ରଶ୍ନ କରାଯାଇଥାନ୍ତା।

ହେଲେ ତା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ, ପିସିସି ସାଧାରଣ ସଂପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, ବାବୁ ଜେନା, ନଳିନୀ କାନ୍ତ ନାୟକ, ସଂକୁନା କହଁର ଓ କାର୍ତିକେଶ୍ୱର କାଣ୍ଡି ପ୍ରମୁଖଙ୍କୁ ପୋଲିସ ଉଠାଇ ନେଇ ଦେଢ଼ ଘଂଟା ପର୍ଯ୍ୟନ୍ତ ପୋଲିସ କମିଶନରେଟଙ୍କ କାର୍ଯ୍ୟାଳୟ ଭିତରେ ଅଟକ ରଖିଥିଲେ ।