Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜାତୀୟ ଲାସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାଙ୍କର ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ୨୫ ଫେବୃୟାରୀ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବାତଜ୍ୱର ନିରାକରଣ ପାଇଁ ସାର୍ବଜନୀନ ବାତଜ୍ୱର ବଟିକା ସେବନ କାର୍ଯ୍ୟକ୍ରମ ରଖାଯାଇଅଛି।

ଏହିଦିନ ନିଜକୁ ଓ ଗୋଷ୍ଠିକୁ ବାତଜ୍ୱରରୁ ରକ୍ଷା କରିବା ପାଇଁ ବୟସ ଅନୁପାତରେ ସଠିକ୍ ମାତ୍ରାରେ ଡ଼ି.ଇ.ସି ଏବଂ ଆଲ୍‌ବୋଣ୍ଡଜୋଲ୍ ବଟିକା ଆଶା, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କ ଜରିଆରେ ଲୋକଙ୍କୁ ଦିଆଯିବ। ଯଦି କୌଣସି କାରଣରୁ ଲୋକ ଏହି ବଟିକା ଫେବୃୟାରୀ ୨୫ ତାରିଖ ଦିନ ଖାଇପାରିବ ନାହିଁ ତେବେ ମାର୍ଚ୍ଚ ୬ ୨୦୨୧ ମଧ୍ୟରେ ଯେ କୌଣସି ଦିନ ଆଶା, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘର ଘର ବୁଲି ଏହି ବଟିକା ଖୁଆଇବେ। ଏନେଇ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଭି. ସରୋଜିନୀ ଦେବୀ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରବାହିତ ରୋଗ) ଡା. ସନ୍ତୋଷ କୁମାର ପାଢ଼ୀ, ଯକ୍ଷ୍ମା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଅବନୀ କୁମାର ପାତ୍ର, ଡା. ସଂବିତ ପାତ୍ର, ଅନୁଜ ଘୋଷ ପ୍ରମୁଖ ଉପସ୍ଥିତ ରହି ସବିଶେଷ ସୂଚନା ପ୍ରଦାନ କରିଥିଲେ।

ସମୁହ ବାତଜ୍ୱର ବଟିକା ସେବନ ନିମନ୍ତେ ହିତାଧକାରୀ ସଂଖ୍ୟା ୩୫,୫୨,୨୨. ଔଷଧ ବଣ୍ଟନକାରୀ ଆଶା ଓ ସ୍ୱେଚ୍ଛାସେବୀ ସଂଖ୍ୟା ୭୦୫୦, ସୁପରଭାଇଜର ସଂଖ୍ୟା ୭୦୫ ରହିଛି। ଏହାସହ ଡ଼ି.ଇ.ସି ବଟିକା ସଂଖ୍ୟା ୮୮୮୦୫୬୮ ରହିଥିବା ବେଳେ ଆଲ୍‌ବେଣ୍ଡାଜୋଲ୍ ବଟିକା ସଂଖ୍ୟା ୩୫୫୨୨୨୬ ରହିଛି।