Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟୁନି: ଏମ୍ସ ସର୍ବେକ୍ଷଣରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଟୀକାକୁ ନେଇ ଏକ ଭଲ ଖବର ମିଳିଛି। ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କ ପ୍ରତି କରୋନା ଘାତକ ହୋଇପାରୁନି। ଉଭୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ସଂକ୍ରମଣ ହେଉଥିଲେ ମଧ୍ୟ ଜୀବନ ପରାଇ ବିପଦ ସୃଷ୍ଟି କରୁନାହିଁ। ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଦୁଇଟି ଦୋଜ ଟୀକା ନେଉଥିବା ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉନାହିଁ। ଏପ୍ରିଲ-ମଇ ମାସରେ ଏମ୍ସର ବ୍ରେକ୍ ଥ୍ରୁ ଜିନୋମ ସିକ୍ଵେନ୍ସି ଗବେଷଣାରୁ ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ମୋଟ ୬୩ ଜଣଙ୍କୁ ନେଇ ଏମ୍ସ ସର୍ବେକ୍ଷଣ କରିଥିଲା। ୬୩ ଜଣଙ୍କ ମଧ୍ୟରୁ ୩୬ ଜଣ ଦୁଇଟି ଡୋଜ ନେଇଥିଲା ବେଳେ ୨୭ ଜଣ ପ୍ରଥମ ଡୋଜ ଟୀକା ନେଇଥିଲେ।

ତେବେ ମୋଟ ୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ ଟୀକା ନେଇଥିବା ବେଳେ ୧୦ ଜଣ କୋଭିସିଲ୍ଡ ଟୀକା ନେଇଥିଲେ। ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ଵର ହୋଇଥିଲେ ମଧ୍ୟ ସମସ୍ତେ ସୁସ୍ଥ ହୋଇପାରିଥିଲେ। ତେଣୁ ଟୀକା ଦ୍ଵାରା ଜୀବନ ରକ୍ଷା କରାଯାଇପାରିବ ବୋଲି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି। ଏନେଇ ଏମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।