Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସୁନ୍ଦରବନର ମହୁ ସୁନ୍ଦର ବାସ୍ନାରେ ଭରପୂର: ଶତ ପ୍ରତିଶତ ପ୍ରାକୃତିକ ଓ ଖାଣ୍ଟି

ଭୁବନେଶ୍ବର: ବିବିଧ ଫୁଲ ଭରା ସୁନ୍ଦରବନ ହେନ୍ତାଳ ବଣର ମହୁ, ବଙ୍ଗୋପସାଗରରେ ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ସଂଗମସ୍ଥଳରେ ସୃଷ୍ଟି ତ୍ରିକୋଣଭୂମିରେ ବିଶ୍ୱର ସର୍ବବୃହତ ଲୁଣା ଜଙ୍ଗଲ ସୁନ୍ଦରବନ ଅବସ୍ଥିତ। ମହୁଫେଣା ଜରିଆରେ ମହୁମାଛିଙ୍କ ଏକ ବିରାଟ ଆବାସସ୍ଥଳୀ। ମହୁଫେଣା ଜରଅନେକ ଆଗରୁ ଲୋକମାନେ ଜଙ୍ଗଲର ମହୁଫେଣାରୁ ମହୁ ସଂଗ୍ରହ କରୁଥିଲେ। ଏବେ ବି ସୁନ୍ଦରବନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସେହି ଉପାୟରେ ମହୁ ମାରିଥାନ୍ତି।

ସୁନ୍ଦରବନ ମହୁର ମହକ ସେ ଅଞ୍ଚଳରେ ଜୈବ ବିବିଧତାର ସୂଚନା ଦେଇଥାଏ। ଖଲିସା, ବାନୀ ଓ ଗରନ ଭଳି ଅନେକ ହେନ୍ତାଳ ବଣ ଫୁଲ ସୁରଭିରୁ ସଂଗୃହିତ ଅମୃତସମ ରସ ଏହି ମହୁକୁ ଖୁବ୍ ସୁସ୍ୱାଦୁ କରିଥାଏ। ଅନ୍ୟାନ୍ୟ ମହୁ ତୁଳନାରେ ଏଥିରେ ଅଠାଳିଆ ଭାଗ କମ୍ ଥାଏ। ଶତ ପ୍ରତିଶତ ପ୍ରାକୃତିକ ଓ ଖାଣ୍ଟି ସୁନ୍ଦରବନର ମହୁ ସୁନ୍ଦର ବାସ୍ନାରେ ଭରପୂର ହେବା ସହ ଖୁବ୍ ସ୍ୱାସ୍ଥ୍ୟପ୍ରଦ।