Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ମେଘ ଉତ୍ସବ-୨୦୨୩ ଉଦ୍ଘାଟିତ

ଭୁବନେଶ୍ବର: ସାହିତ୍ୟ, ସଙ୍ଗୀତ, ଦୃଶ୍ୟ କଳା ଓ ନୃତ୍ୟକୁ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବ୍ୟାପି ଆୟୋଜିତ ହେବାକୁ ଥିବା ମେଘ ଉତ୍ସବ-୨୦୨୩ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାୟ ଭାରତର ଏକ ମାତ୍ର ଏହି ଅନନ୍ୟ ବିଶ୍ୱବିଦ୍ୟାଳୟର ଅନନ୍ୟ ଢଙ୍ଗରେ ଆୟୋଜିତ ମେଘ ଉତ୍ସବର ସଫଳତା କାମନା କରିବା ସହ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଭା ସମ୍ପର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା, ଓ ସାହିତ୍ୟ କୁ ସରଂକ୍ଷଣ କରିବା ଓ ବିକାଶ ଦିଗରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଅନନ୍ୟ ପ୍ରୟାସ କୁ ପ୍ରସଂଶା କରିବା ସହ ଛାତ୍ରଛାତ୍ରୀ ମାନେ ନିଷ୍ଠାପର ଭାବେ ନିଜସ୍ଵ କଳା ର ବିକାଶ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ପାଇଁ ଆହ୍ଵାନ ଦେଇଥିଲେ। କୁଳପତି ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଧରଣର ବିଶେଷ ଉତ୍ସବ ଗୁଡିକର ସମ୍ପର୍କରେ ସୂଚନା ଦେବା ସହ ମେଘ ଉତ୍ସବ ର ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ଦେଇଥିଲେ।

କୁଳସଚିବ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିବା ବେଳେ ସହକାରୀ ପ୍ରଫେସର ଡକ୍ଟର ଆଶିଷ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଉତ୍ସବର ପ୍ରଥମ ଦିନରେ ଗୁରୁ ଜବାହର ମିଶ୍ରଙ୍କ ବଂଶୀ ବାଦନ, ଗୁରୁ ଡଃ ଧୀରଜ କୁମାର ମହାପାତ୍ରଙ୍କ ଓଡିଶୀ ସଙ୍ଗୀତ, ଡଃ ନିଳାଦ୍ରି କଲ୍ଯାଣ ଦାଶଙ୍କ ପ୍ରାରମ୍ଭିକ ସଙ୍ଗୀତ, ଓଡିଶୀ ନୃତ୍ୟ ବିଭାଗ ପକ୍ଷରୁ ମଙ୍ଗଳା ଚରଣ, ପଲ୍ଲବୀ ଓ ସମ୍ବଲପୁରୀ ଲୋକନୃତ୍ୟ ଡାଲଖାଇ ପରିବେଷଣ କରାଯାଇଥିବା ବେଳେ ମେଘ କୁ ନେଇ ଏକ ବିଶେଷ କବିତା ଆସରର ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ଯ ଡା. ଚକ୍ରଧର ବେହେରା ଉତ୍ସବ ରେ ବିଶ୍ଵ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ।