Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ମେଘ ଉତ୍ସବ-୨୦୨୩ ଉଦ୍ଘାଟିତ
ଆଜିର ଖବର

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ମେଘ ଉତ୍ସବ-୨୦୨୩ ଉଦ୍ଘାଟିତ

September 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସାହିତ୍ୟ, ସଙ୍ଗୀତ, ଦୃଶ୍ୟ କଳା ଓ ନୃତ୍ୟକୁ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବ୍ୟାପି ଆୟୋଜିତ ହେବାକୁ ଥିବା ମେଘ ଉତ୍ସବ-୨୦୨୩ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାୟ ଭାରତର ଏକ ମାତ୍ର ଏହି ଅନନ୍ୟ ବିଶ୍ୱବିଦ୍ୟାଳୟର ଅନନ୍ୟ ଢଙ୍ଗରେ ଆୟୋଜିତ ମେଘ ଉତ୍ସବର ସଫଳତା କାମନା କରିବା ସହ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଭା ସମ୍ପର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା, ଓ ସାହିତ୍ୟ କୁ ସରଂକ୍ଷଣ କରିବା ଓ ବିକାଶ ଦିଗରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଅନନ୍ୟ ପ୍ରୟାସ କୁ ପ୍ରସଂଶା କରିବା ସହ ଛାତ୍ରଛାତ୍ରୀ ମାନେ ନିଷ୍ଠାପର ଭାବେ ନିଜସ୍ଵ କଳା ର ବିକାଶ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ପାଇଁ ଆହ୍ଵାନ ଦେଇଥିଲେ। କୁଳପତି ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଧରଣର ବିଶେଷ ଉତ୍ସବ ଗୁଡିକର ସମ୍ପର୍କରେ ସୂଚନା ଦେବା ସହ ମେଘ ଉତ୍ସବ ର ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ଦେଇଥିଲେ।

କୁଳସଚିବ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିବା ବେଳେ ସହକାରୀ ପ୍ରଫେସର ଡକ୍ଟର ଆଶିଷ ମହାପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଉତ୍ସବର ପ୍ରଥମ ଦିନରେ ଗୁରୁ ଜବାହର ମିଶ୍ରଙ୍କ ବଂଶୀ ବାଦନ, ଗୁରୁ ଡଃ ଧୀରଜ କୁମାର ମହାପାତ୍ରଙ୍କ ଓଡିଶୀ ସଙ୍ଗୀତ, ଡଃ ନିଳାଦ୍ରି କଲ୍ଯାଣ ଦାଶଙ୍କ ପ୍ରାରମ୍ଭିକ ସଙ୍ଗୀତ, ଓଡିଶୀ ନୃତ୍ୟ ବିଭାଗ ପକ୍ଷରୁ ମଙ୍ଗଳା ଚରଣ, ପଲ୍ଲବୀ ଓ ସମ୍ବଲପୁରୀ ଲୋକନୃତ୍ୟ ଡାଲଖାଇ ପରିବେଷଣ କରାଯାଇଥିବା ବେଳେ ମେଘ କୁ ନେଇ ଏକ ବିଶେଷ କବିତା ଆସରର ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ଯ ଡା. ଚକ୍ରଧର ବେହେରା ଉତ୍ସବ ରେ ବିଶ୍ଵ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Latest News

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.