Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଭାରତ-ଜର୍ମାନୀ ଆନ୍ତଃସରକାରୀ ବିଚାରବିମର୍ଶ ଅବସରରେ ସ୍ବାକ୍ଷରିତ ହେଲା ଏହି ରାଜିନାମା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ କାଳରେ ସେ ଦୁଇ ରାଷ୍ଟ୍ର ମଧ୍ୟରେ ବିଭିନ୍ନ ରାଜିନାମା ଉପରେ ଆଲୋଚନା କରି ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ, ଅର୍ଥବିଭାଗ, କୃଷିବିଭାଗ ଅଧିକାରୀମାନେ ଉପସ୍ଥିତ ହେଲେ।

ଯେଉଁ ରାଜିନାମାଗୁଡି ଉପରେ ସ୍ବାକ୍ଷରିତ ହେଲା ସେଗୁଡିକ ହେଲା

1- ତୃତୀୟ ବିଶ୍ବ ରାଷ୍ଟ୍ରରେ ତ୍ରିକୋଣୀୟ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜେଡିଆଇ

2- ଗୋପନୀୟ ସୂଚନାର ବିନିମୟ ଓ ଆପୋସ ସୁରକ୍ଷା ଉପରେ ରାଜିନାମା ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ  ଗୋପନୀୟ ଯୋଗାଯୋଗ ପ୍ରତିଷ୍ଠା ପାଇଁ ଏକ ରାଜିନାମା ଉପରେ ଏକ ଜେଡିଆଇ

3- ଭାରତ-ଜର୍ମାନ ବିକାଶ ସହଯୋଗ ସମ୍ବନ୍ଧରେ ନବୀକରଣ ଯୋଗ୍ୟ ଶକ୍ତି ସହଭାଗୀତା

4- ବିସ୍ତୃତ ପ୍ରବାସ ଓ ପରିବହନ ସହଭାଗିତା ଉପରେ ରାଜିନାମା ଆରମ୍ଭ କରିବା ଲାଗି ଯୁଗ୍ମ ଘୋଷଣାନାମା

5- ଭାରତର କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ କନିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ଜାରି ରଖିବା ଉପରେ ଜେଡିଆଇ

6- ଭାରତ-ଜର୍ମାନ ସବୁଜ ହାଇଡ୍ରୋଜେନ ଟାସ୍କ ଫୋର୍ସ

7- ଏଗ୍ରୋଇକୋଲୋଜି ଉପରେ ଜେଡିଆଇ  ପ୍ରମୁଖ ରହିଛି

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତିନିଦିନିଆ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ଯାଇ ଆଜି ଜର୍ମାନୀରେ ପହଞ୍ଚିଛନ୍ତି। ସେ ଏହି ଗସ୍ତ କାଳରେ ୟୁରୋପୀୟ ଦେଶ- ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଦୁଇ ତାରିଖରୁ ଚାରି ତାରିଖ ପର୍ଯ୍ୟନ୍ତ ଏହି ସରକାରୀ ଗସ୍ତ କରିଛନ୍ତି। ଦ୍ୱିପାକ୍ଷିକ ତଥା ବହୁପକ୍ଷୀୟ ଆଲୋଚନା ପାଇଁ ମୋଦୀ ଏହି ତିନୋଟି ଦେଶ ଗସ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଗତକାଲି ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା। ସେ ଗଣମାଧ୍ୟମକୁ କହିଛନ୍ତି ଯେ ମେ 2 ତାରିଖରେ ଜର୍ମାନୀରେ ବର୍ଲିନ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କୁ ଭେଟିବେ।