Categories
ଆଜିର ଖବର ଜାତୀୟ ଖବର

ଅବକାରୀ ଦୁର୍ନୀତି: ଆପ ବିଧାୟକ କୁଲୱନ୍ତ ସିଂଙ୍କ ଠିକଣାରେ ଇଡି ର ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତିରେ ଆମ୍ ଆଦମୀ ପାର୍ଟିର ସମସ୍ୟା କମିବାର ନାମ ନେଉନାହିଁ। ବର୍ତ୍ତମାନ ଏଏପି ମୋହାଲି ବିଧାୟକ କୁଲୱନ୍ତ ସିଂଙ୍କ ଠିକଣାରେ ଇଡି ଚଢାଉ କରିଛି। ସର୍ବଶେଷ ସୂଚନା ଅନୁଯାୟୀ ଅମୃତସର, ଲୁଧିଆନା ଏବଂ ମୋହାଲିରେ ଇଡି ଚଢାଉ କରିଛି। ଏହା ବ୍ୟତୀତ କିଛି ମଦ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ ହେବାର ଖବର ରହିଛି। ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର ୨ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।