Categories
ଆଜିର ଖବର ଜାତୀୟ ଖବର

ନାମକୁ ନେଇ ଦ୍ବନ୍ଦ୍ବ: ପିତାଙ୍କର ଦୁଇଥର ଅନ୍ତିମ ସଂସ୍କାର କଲେ ପୁତ୍ର

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କର ଦୁଇ ଦୁଇଥର ଅନ୍ତିମ ସଂସ୍କାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଲୋକନାୟକ ହସ୍ପିଟାଲର ମୌଲାନା ଆଜାଦା ଶବଗୃହରେ ଦୁଇ କରୋନା ଆକ୍ରାନ୍ତଙ୍କ ମୃତଦେହ ବଦଳି ଯାଇଥିଲା। ଦୁହିଁଙ୍କ ନାମ ମୋଇନୁଦ୍ଦିନ ଥିବା ଯୋଗୁଁ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏହି କାରଣ ହେତୁ ଜଣେ ପୁଅ ତାଙ୍କ ପିତାଙ୍କୁ ଦୁଇଥର ଅନ୍ତିମସଂସ୍କାର କରାଇଥିଲେ।

ମୃତ ଦେହ ବଦଳି ଯାଇଥିବା ଯୋଗୁଁ ଜଣେ ପୁତ୍ରକୁ ପିତାଙ୍କ ଦୁଇ ଦୁଇଥର କବର ଦେବାକୁ ପଡିଛି। ଦୁହିଁଙ୍କ ନାମ ସମାନ ଥିବାରୁ ଏପରି ସମସ୍ୟା ଉପୁଜିଥିଲା। ଜଣେ ପୁରୁଣା ଦିଲ୍ଲୀବାସୀ ହୋଇଥିବାବେଳେ ତାଙ୍କ ବୟସ 50 ବର୍ଷ ଥିଲା ବୋଲି ଜଣାପଡିଛି। ସେ ଜୁନ୍‌ 4 ତାରିଖରେ ହାଇ ବ୍ଲଡ୍‌ ପ୍ରେସର ଯୋଗୁଁ ଏଲଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତା’ର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ରିପୋର୍ଟ କରୋନା ଟେଷ୍ଟ ପାଇଁ ଯାଇଥିଲା। ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କ ମୃତ ଦେହକୁ ହସ୍ପିଟାଲରେ ଶବଗୃହରେ ରଖାଯାଇଥିଲା। ସନ୍ଧ୍ୟାରେ ପରିବାରକୁ ମୃତକ ଜଣକ କରୋନାରେ ଆକ୍ରାନ୍ତ ଥିଲେ ବୋଲି ସ୍ପଷ୍ଟ କରିଥିଲେ ହସ୍ପିଟାଲ। ରବିବାର ଜୁନ୍‌ 7 ତାରିଖରେ ମୃତଦେହ ନେବା ପାଇଁ ପରିବାର ଲୋକ ପହଞ୍ଚିଥିଲେ। କିନ୍ତୁ ସେମାନେ ଅନ୍ୟ ଜଣକ ମୃତଦେହ ପାଇଥିଲେ। ଜୁନ୍‌ 6 ତାରିଖରେ ମଧୁବିହାରର ମଇଦ୍ଦୁନିନ ନାମକ ଜଣେ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। ଦୁହିଁଙ୍କ ନାମ ଏକ ଥିବାରୁ ମୃତଦେହ ଅଦଳବଦଳ ହୋଇଯାଇଥିଲା। ତାଙ୍କୁ ଦିଲ୍ଲୀର ଗେଟ୍‌ କବ୍ରିସ୍ଥାନରେ କବର ଦିଆଯାଇଥିଲା।