Categories
ଆଜିର ଖବର ରାଜ୍ୟ ଖବର

ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଦଶୀପୁର ଗ୍ରାମର ଉମାଚରଣ ସ୍ବାଇଁ ନାମକ ଜଣେ ଯବାନ (୩୦ ବର୍ଷ) ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଭାରତୀୟ ସେନା ବାହିନୀରେ ଚାକିରି କରୁଥିବା ଯବାନ ଉମାଚରଣ ଗତ ସପ୍ତାହରେ ଗାଁ କୁ ଆସିଥିଲେ। ରବିବାର ଦିନ ସେ ବେକରେ ଲୁଗା ବାନ୍ଧି ସିଲିଂ ଫ୍ୟାନ୍ ରେ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ଦେଖିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।