Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୪୬ ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା’ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରୀତି ଜିଣ୍ଟା ଅନ୍ୟତମ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଛନ୍ତି। ୪୬ ବର୍ଷ ବୟସରେ ପ୍ରୀତି ଜିଣ୍ଟା ଯାଆଁଳା ଶିଶୁଙ୍କ ମାତା ହୋଇପାରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରୀତି ଜିଣ୍ଟା ଏ ବିଷୟରେ କହିଛନ୍ତି। ପ୍ରିତି ଜିଣ୍ଟା ସୋସିଆଲ ମିଡିଆରେ ଏହି ଭଲ ଖବର ସେୟାର କରିବା ମାତ୍ରେ ସେ ସବୁ ଦିଗରୁ ଅଭିନନ୍ଦନ ପାଇବା ଆରମ୍ଭ କରିଛନ୍ତି।

ସ୍ୱାମୀ ଜିନ୍ ଗୁଡଇନଫଙ୍କ ସହ ଏକ ଫଟୋ ସେୟାର କରି ପ୍ରିତି ଜିଣ୍ଟା ଏହି ପୋଷ୍ଟକୁ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ ପ୍ରଶଂସକଙ୍କ ସହ ଯାଆଁଳା ସମ୍ପର୍କିତ ଭଲ ଖବର ସେୟାର କରିଛନ୍ତି। ପ୍ରୀତି ଜିଣ୍ଟାଙ୍କ ଯାଆଁଳା ମଧ୍ୟରେ ଜଣେ ପୁଅ ଏବଂ ଆଉ ଜଣେ ଝିଅ ଜନ୍ମ ନେଇଛି। ଝିର ନାମ ଜିୟା ଗୁଡଇନଫ୍ ଏବଂ ପୁଅର ନାମ ଜୟ ଗୁଡଇନଫ୍ ରଖିଛନ୍ତି ପ୍ରୀତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ପ୍ରୀତି ଜିଣ୍ଟା ସେରୋଗେସି ମାଧ୍ୟମରେ ମାତା ହୋଇପାରିଛନ୍ତି। ଯଦିଓ ତାଙ୍କ ପୋଷ୍ଟରେ ଅଭିନେତ୍ରୀ ଏ ବିଷୟରେ କୌଣସି ପ୍ରକାର ସୂଚନା ଦେଇନାହାଁନ୍ତି।