Categories
ଆଜିର ଖବର ରାଜ୍ୟ ଖବର

ସଟଡ଼ାଉନ ସମୟରେ ଯାଞ୍ଚ ହେବ କଡାକଡି: ଅମାନିଆଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ସପ୍ତାହନ୍ତ ସଟଡ଼ାଉନ ହେବ। ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଟକଣା ଉପରେ ସୂଚନା ଦେଇଛନ୍ତି। କିନ୍ତୁ ରାତ୍ରିକାଳୀନ କର୍ଫ୍ୟୁ ପରେ ସପ୍ତାହନ୍ତ ସଟଡ଼ାଉନ କଟକଣା ଲାଗୁ ହୋଇଯିବ। ଆଜି ରାତି ୯ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ଏହି ସମୟରେ ଆବଶ୍ୟକ ସେବା ପାଇଁ କିଛି ଟା କୋହଳ ହୋଇଛି। କଟକରେ ୨୫ ଟି ଜାଗାରେ ଚେକିଂ ପଏଣ୍ଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଭୁବନେଶ୍ବରରେ ୪୩ ଟି ଜାଗାରେ ଯାଞ୍ଚ କରାଯିବ। କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଧିକାରୀ ନିୟୋଜିତ ହେବେ। ସେହିଭଳି ଭୁବନେଶ୍ବରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଧିକାରୀ ଦାୟିତ୍ବରେ ରହିବେ। ନାକା ପଏଣ୍ଟରେ ଲୋକମାନଙ୍କୁ ପୋଲିସ କର୍ମଚାରୀ ଯାଞ୍ଚ କରିବେ।

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ବ୍ୟବସ୍ଥା ସହଜ କରିବେ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ପାସ୍ ର ବ୍ୟବସ୍ଥା ନାହିଁ। ନିଜ ସଂସ୍ଥା ଦ୍ଵାରା ମିଳିଥିବା ପରିଚୟପତ୍ର ଦେଖାଇ କର୍ମଚାରୀମାନେ କାମକୁ ଯାଇପାରିବେ। କଟକଣାକୁ ମାନିବା ପାଇଁ ଲୋକଙ୍କୁ କମିଶନର ନିବେଦନ କରିଛନ୍ତି। ନିୟମ ମାନୁନଥିବା ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।