Categories
ଆଞ୍ଚଳିକ

ଯୁବକକୁ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକକୁ ଛୁରୀରେ ଆକ୍ରମଣ ଅଭିଯୋଗରେ ନିକଟସ୍ଥ କେଶପୁର ଗ୍ରାମ ର ପ୍ରଦୀପ ସ୍ୱାଇଁକୁ ଗିରଫ କରି ଗାଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛି। ଗୁରୁତର ଆହତ ତୋଫାନ ଗୌଡ଼ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ଆହତ ତୋଫାନ ବାରମ୍ବାର କେଶପୁର ଗ୍ରାମକୁ ଯାଉଥିବାରୁ ପ୍ରଦୀପ ଆପତ୍ତି କରି ଆସୁଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପ କ୍ରୋଧରେ ଜର୍ଜରିତ ହୋଇ ତୋଫାନକୁ ଛୁରୀରେ ପେଟକୁ ଭୁଷି ଦେବାରୁ ତାଙ୍କର ପେଟରେ ଗଭୀର ଆଘାତ ଲାଗିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପକୁ କାବୁ କରି କେଶ୍ ନଂ ୮୬୨/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

ବିଅର୍ ବୋତଲରେ ଯୁବକକୁ ଆକ୍ରମଣ, ଦୁଇ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଓ ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ବିନୋଦ ବିଷୋୟୀ ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ଅକ୍ଷୟ ସ୍ବାଇଁ ଓ ରଞ୍ଜନ ଭୁୟାଁ ମିଶି ଏକ ବିଅର୍ ବୋତଲରେ ଆକ୍ରମଣ କରିଥିଲେ। ଯାହା ଫଳରେ ବିନୋଦ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ବିନୋଦ ବାଲିପଦର ଡାକ୍ତରଖାନାରେ ଚିକିତ୍ସିତ ହୋଇ ବାଲିପଦର ଫାଣ୍ଡି ରେ ଅଭିଯୋଗ କରିଥିଲେ।

ପୋଲିସ ଏତଲା ନଂ ୪୨୫/୨୩ ରେ ମାମଲା ରୁଜୁ କରି ଉଭୟ ଅକ୍ଷୟ ଓ ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ପଷ୍ଟ ଦିବାଲୋକରେ ଯୁବକକୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ହର୍ଷବିହାର ମୁଖ୍ୟ ରାସ୍ତାରେ ତ୍ରିଲୋଚନ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ୪ ଜଣ ଯୁବକ ଆକ୍ରମଣ କରି ନିର୍ଧୁମ ପିଟିବା ସହ ଦୁଇ ହାତକୁ ବ୍ଲେଡ୍ ରେ କାଟି ଦେଇଥିଲେ ଓ ତା’ର ପକେଟ୍ ରେ ଥିବା ନଗଦ ଏକ ହଜାର ଟଙ୍କା ସହିତ ଗୋଟିଏ ଦାମିକିଆ ମୋବାଇଲ ଫୋନ ଲୁଟି ନେଇ ସେଠାରୁ ପଳାୟନ କରିଥିବା ଜଣାପଡିଛି।

ସୁଚନା ପ୍ରକାରେ ଆହତ ତ୍ରିଲୋଚନର ଘର ଶୁଭମ୍ ବିହାର ଓ ସେ ଅପରାହ୍ନ ସମୟରେ ହର୍ଷବିହାର ରାସ୍ତାରେ ଯାଉଥିବା ବେଳେ ଦୁଇଟି ମୋଟର ସାଇକେଲରେ ୪ ଜଣ ଯୁବକ ମୁହଁରେ ରୁମାଲ୍ ବାନ୍ଧି ତା ପାଖରେ ପହଞ୍ଚି ପକେଟ୍ ରେ ଯାହା ଅଛି ଦେ ବୋଲି ମାଗିଥିଲେ। ସେ ମନା କରିବାରୁ ନିର୍ଦ୍ଧୁମ ମାଡ଼ ମାରିବା ସହ ସେ ଧରିଥିବା ମୋବାଇଲ ଫୋନ ଓ ନଗଦ ଏକ ହଜାର ଟଙ୍କା ଲୁଟି ନେଇଥିଲେ। ଯାହା ଫଳରେ ସେ ପାଟି କରିବାରୁ ଧାରୁଆ ବ୍ଲେଡ୍ ରେ ତା’ର ଦୁଇ ହାତକୁ ୪୦ ଟି ସ୍ଥାନରେ କାଟି ଦେଇଥିଲେ। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ଏହି ଭଳି ପରିସ୍ଥିତିରେ ତ୍ରିଲୋଚନ ଚିତ୍କାର କରିବାରୁ ଆକ୍ରମଣକାରୀ ଯୁବକ ମାନେ ସେଠାରୁ ପଳାଇ ଥିଲେ। ଆହତ ଯୁବକ ଏ ନେଇ ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ କରୁଛି।