ବିଅର୍ ବୋତଲରେ ଯୁବକକୁ ଆକ୍ରମଣ, ଦୁଇ ଯୁବକ ଗିରଫ

Published: Jun 18, 2023, 1:50 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଓ ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ବିନୋଦ ବିଷୋୟୀ ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ଅକ୍ଷୟ ସ୍ବାଇଁ ଓ ରଞ୍ଜନ ଭୁୟାଁ ମିଶି ଏକ ବିଅର୍ ବୋତଲରେ ଆକ୍ରମଣ କରିଥିଲେ। ଯାହା ଫଳରେ ବିନୋଦ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ବିନୋଦ ବାଲିପଦର ଡାକ୍ତରଖାନାରେ ଚିକିତ୍ସିତ ହୋଇ ବାଲିପଦର ଫାଣ୍ଡି ରେ ଅଭିଯୋଗ କରିଥିଲେ।

ପୋଲିସ ଏତଲା ନଂ ୪୨୫/୨୩ ରେ ମାମଲା ରୁଜୁ କରି ଉଭୟ ଅକ୍ଷୟ ଓ ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ।

Related posts