Categories
ଆଜିର ଖବର ରାଜ୍ୟ ଖବର

ସନ୍ଦେହ ଜନକ ଭାବେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଯୁବକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଅଟୋନଗର ନିକଟସ୍ଥ ନିର୍ମଳା ପ୍ଲାଜା ନାମକ ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଗୋଳନ୍ଥରା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଯୁବତୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ମୃତ ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ହୋଇଥିବା ବେଳେ ଅଟକ ଯୁବକ ଜଣକ ସଙ୍କେତ ସେନାପତି ଓ ତାଙ୍କର ଘର ନୟାପଲ୍ଲୀ ଭୁବନେଶ୍ବର ବୋଲି ଜଣାପଡିଛି। ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।