Categories
ଆଜିର ଖବର ଖେଳ ଜାତୀୟ ଖବର

ଅଣ୍ଡର-୧୯ ବିଶ୍ୱକପ୍‌: ଫାଇନାଲ ମ୍ୟାଚ୍ ପୂର୍ବରୁ ଯୁବ ଖେଳାଳିଙ୍କୁ ଟିପ୍ସ ଦେଲେ ବିରାଟ କୋହଲି

ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ସନ୍ଧ୍ୟା ୬.୩୦ ରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଭାରତ ଏବଂ ଇଂଲଣ୍ଡର ଯୁବ ଦଳ ପ୍ରସ୍ତୁତ ଅଛନ୍ତି। ଯେଉଁଠାରେ ଇଂଲଣ୍ଡ ଦଳ ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱକପ ଜିତିବାକୁ ଆଶା ରଖିଛି। ଏଥି ସହିତ ପଞ୍ଚମ ଥର ପାଇଁ ଏହି ଟ୍ରଫି ଜିତିବାକୁ ଭାରତୀୟ ଦଳ ପଡ଼ିଆରେ ପ୍ରବେଶ କରିବ।

ଭାରତର ଏହି ଜୁନିଅର ଦଳର ବିଜୟ ପାଇଁ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ ଲଗାତାର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହି ଟୁଇଟ୍ ମଧ୍ୟରୁ ବିରାଟ କୋହଲିଙ୍କର ମଧ୍ୟ ବାଦ ପଡିନାହାନ୍ତି। ଏହି ବଡ ମ୍ୟାଚ୍ ପୂର୍ବରୁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଏହାପୂର୍ବରୁ ବିରାଟ ଭାରତର ଏହି ଯୁବ ଦଳ ସହ କଥା ହୋଇଛନ୍ତି। ଯେତେବେଳେ ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା, ସେତେବେଳେ କୋହଲି ଦଳର ଖେଳାଳିଙ୍କ ସହ ବାର୍ତ୍ତାଳାପ କରିଥିଲେ। ଏହି ସମୟ ମଧ୍ୟରେ ସେ ଫାଇନାଲ ମ୍ୟାଚ୍ ପାଇଁ ଦଳକୁ ଆବଶ୍ୟକୀୟ ଟିପ୍ସ ଦେଇଥିଲେ। ଦଳର ଯୁବ ଖେଳାଳି ବିରାଟ କୋହଲିଙ୍କ ସହ ଏହି ବାର୍ତ୍ତାଳାପର ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବିରାଟ କୋହଲି ମଧ୍ୟ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିୟନ ହୋଇଥିଲେ। ତାଙ୍କ ଅଧିନାୟକତ୍ୱରେ, ଭାରତୀୟ ଅଣ୍ଡର-୧୯ ଦଳ ୨୦୦୮ ମସିହାରେ ଏହି ଟ୍ରଫି ଜିତିଥିଲା। ଏହା ପରେ ସେ ଆଇପିଏଲରେ ଏବଂ ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।