Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସରକାର ଚାଷୀଙ୍କ ଧାନକୁ ଶୃଙ୍ଖଳିତ ଶୈଳୀରେ କିଣିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିଥିବା ବେଳେ ଅନେକ ସମୟରେ ବିଭିନ୍ନ ସମସ୍ୟା ହେଉଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡି ଜିଲ୍ଲାରେ ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଧାନ ପରିବହନ ଖର୍ଚ୍ଚରେ ଯୋଗାଣ ନିଗମ ବ୍ୟାପକ କ୍ଷତି ସହୁଥିବା ଚର୍ଚ୍ଚା ହେଉଛି।

କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ଦ୍ବାରା ଜାରି କରାଯାଇଥିବା କଷ୍ଟିଂ ସିଟ ଅନୁସାରେ ଧାନ କିଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ମୂଲ୍ୟାଙ୍କନ କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଧାନ କିଣା ପରିଚାଳନା ଗାଇଡଲାଇନ ଜାରି କରିଥାନ୍ତି। ସେଣ୍ଟ୍ରାଲ ପୁଲ ଓ ଷ୍ଟେଟ ପୁଲ ପ୍ରକାରେ ଧାନ କିଣା ଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ କଳାହାଣ୍ଡି ଜିଲ୍ଲା ସମବାୟ ବ୍ୟାଙ୍କ ଅଧିନସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣିପଞ୍ଚାୟତ ମାଧ୍ୟମରେ ବିଭିନ୍ନ ଧାନ କିଣା କେନ୍ଦ୍ର ମଣ୍ଡିରୁ ଧାନ କିଣିଥାନ୍ତି।

ପ୍ରତ୍ୟେକ ଧାନ କିଣା କେନ୍ଦ୍ରରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ କଷ୍ଟମ ମିଲର୍ସଙ୍କୁ ସଂଯୋଗ କରି ମଣ୍ଡିରୁ ମିଲର୍ସ ଗୋଦାମକୁ ଧାନ ନେବାର ବ୍ୟବସ୍ଥା କରିଥାନ୍ତି। ଏହି ଧାନ ପରିବହନ ଖର୍ଚ୍ଚ ଯୋଗାଣ ନିଗମକୁ ବହନ କରିବାକୁ ପଡିଥାଏ ଏବଂ ସର୍ବନିମ୍ନ ଦୂରତା ଆଧାରରେ ମିଲର୍ସ ସଂଯୋଗ କରାଯାଇ ପରିବହନ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ରାଜ୍ୟ ଯୋଗାଣ ନିଗମ ଜିଲ୍ଲା ଯୋଗାଣ ବିଭାଗ ଉପରେ ଦାୟିତ୍ବ ନ୍ୟସ୍ତ କରିଥିବା ବେଳେ ଯୋଗାଣ ବିଭାଗ ସେଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଯାହା ଫଳରେ ପରିବହନ ଖର୍ଚ୍ଚ ବାବଦରେ ଯୋଗାଣ ନିଗମ ବହୁ ମାତ୍ରାରେ କ୍ଷତି ସହୁଥିବା ଜଣାପଡିଛି।

ଅତୀତରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ଧାନ ମଣ୍ଡି ଥିବା ଅଞ୍ଚଳର ସ୍ଥାନୀୟ ଅସାଧୁ ମିଲର୍ସ ମାନେ ବିଭିନ୍ନ ଉପାଯରେ ଚାଷୀଙ୍କୁ ଶୋଷଣ କରୁଥିବା ଅନେକ ଅଭିଯୋଗ ହେବା ସହ ସ୍ଥାନୀୟ ମିଲର୍ସଙ୍କୁ ମଣ୍ଡିରେ ସଂଯୋଗ ନ କରିବାକୁ ଦାବି ହେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏମ ଏମ ଡି ଏଫ ସୂତ୍ର ରେ ପରିବହନ ଖର୍ଚ୍ଚ କମାଇବାକୁ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ପ୍ରାଧାନ୍ୟ ଦେଇ ମଣ୍ଡିରେ ସଂଯୋଗ କରୁଥିଲେ। ସେସମୟରେ କେସିଙ୍ଗା ଅଞ୍ଚଳର ମିଲର୍ସ ଗୁଡିକ ମାଣ୍ଡି ମାନଙ୍କରେ ସଂଯୋଗ ହେଲେ ତୁରନ୍ତ ଧାନ ଉଠାଣ ହେଉଥିବା ଚାଷୀ ମହଲରେ ଆଲୋଚନା ହେଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯୋଗାଣ ବିଭାଗ ଚାଷୀଙ୍କ କୌଣସି ଦାବୀକୁ ଗୁରୁତ୍ବ ନ ଦେଇ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ହିଁ ସଂଯୋଗ କରୁଥିଲେ। ବିଗତ ଦୁଇ ତିନି ବର୍ଷ ହେବ ଏମ ଏମ ଡି ଏଫ ସୂତ୍ର କୁ ଆଖି ଠାର ମାରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ମିଲର୍ସ ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।

ମିଳିଥିବା ତଥ୍ୟ ଅନୁସାରେ ଧର୍ମଗଡ ଉପଖଣ୍ଡରେ ୬୬ ଗୋଟି ମିଲର୍ସ ଓ ଭବାନୀପାଟଣା ଉପଖଣ୍ଡ ରେ ୫୯ ଗୋଟି ମିଲର୍ସ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥା ରେ ୭୩ ଗୋଟି ମିଲର୍ସ ଅଂଶ ଗ୍ରହଣ କରୁଥିବା କୁହାଯାଉଛି। ଧର୍ମଗଡ ଉପଖଣ୍ଡରେ ପ୍ରଚୁର ଧାନ ଉତ୍ପାଦନ ହେଉଥିବା ବେଳେ ଭବାନୀପାଟଣା ଉପଖଣ୍ଡର ମିଲର୍ସଙ୍କୁ ପ୍ରାଧାନ୍ୟ ଦିଆ ଯାଇ ୧୧୦ କି ମି ଦୁରତାରୁ ଧାନ ଉଠାଣ କରା ଯାଉଥିବା ଦେଖା ଯାଉଛି। ଯଦିଓ ସ୍ଥାନୀୟ ମିଲର୍ସଙ୍କୁ ମଣିରେ ସଂଯୋଗ ଦେବେ ନାହି, ତେବେ ବ୍ଲକ ଅଦଳ ବଦଳ କରି ମିଲର୍ସ ସଂଯୋଗ କରି ଦୂରତା କମ କରା ଯାଇ ପାରିବ। କିନ୍ତୁ ସେଥି ପ୍ରତି କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଜୁନାଗଡରୁ କେଶିଙ୍ଗାର ଦୂରତା ୬୦ କି ମି ହୋଇଥିବା ଦୃଷ୍ଟିରୁ ଧର୍ମଗଡ ଉପଖଣ୍ଡରୁ ଭବାନୀପାଟଣା ଉପଖଣ୍ଡର ସର୍ବାଧିକ ମିଲର୍ସ ଥିବା କେଶିଙ୍ଗା ଅଞ୍ଚଳର ଦୂରତା ନିଶ୍ଚିତ ଭାବରେ ୬୫ କି ମିରୁ ଅଧିକ ହେବ ହିଁ ହେବ। କାରଣ ଏହି ଭୌଗୋଳିକ ସ୍ଥିତିର ଦୂରତା ଅନୁସାରେ ଧର୍ମଗଡ ଉପଖଣ୍ଡ ମଧ୍ୟରେ ଏହି ଅଞ୍ଚଳର ମିଲର୍ସ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମଣ୍ଡି ସଂଯୋଗ କଲେ ଏମ ଏମ ଡି ଏଫ ନୀତି ଅନୁସାରେ ଧାନ ପରିବହନ ଖର୍ଚ୍ଚ କମ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପରିବା କଳାବଜାରୀକୁ ରୋକିବା ପାଇଁ ବଡ଼ ପଦକ୍ଷେପ: ଦୋକାନ ସମ୍ମୁଖରେ ଲାଗିଲା ରେଟ୍ ଚାର୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ସକ୍ରିୟ ହୋଇଥିବା ଦେଖାଯାଇଛି। ଖବର ପ୍ରସାରଣ ହେବା ମାତ୍ରେ ଯୋଗାଣ ବିଭାଗ ସକ୍ରିୟ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲିଠାରୁ ସାରା ରାଜ୍ୟରେ ଲକ ଡ଼ାଉନ କଟକଣା ଆରମ୍ଭ ହୋଇଥିଲା। ଏହା ପରେ ଚିଲିକା ଅଞ୍ଚଳରେ କିଛି ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିନ ତଥା ଲକଡାଉନର ପୂର୍ବ ଦିନ ଆଳୁ କେଜି ୩୨ ଟଙ୍କା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସମୀକ୍ଷା ନିୟୁଜ ପକ୍ଷରୁ ଏକ ଖବର ପ୍ରସାରଣ କରାଯାଇଥିଲା। ଯାହାଫଳରେ ଚିଲିକା ଅଞ୍ଚଳରେ ଏଭଳି କଳାବଜାରୀ କାରବାର ହେଉଥିବାର ଯୋଗାଣ ବିଭାଗ ଜାଣିପାରିଥିଲା।

ତେବେ ଯୋଗାଣ ବିଭାଗ ଏହାକୁ ଗୁରୁତର ସହ ନେଇ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଖୋଦ ଯୋଗାଣ ବିଭାଗ କର୍ମଚାରୀଙ୍କ ସହ ବାଣପୁର ବ୍ଲକ, ଏନଏସି, ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକର ବିଭିନ୍ନ ପରିବା ଦୋକାନ ଏବଂ ଗୋଦାମ ବୁଲିବୁଲି ସମସ୍ତଙ୍କୁ ତାଗିଦ କରିଥିଲେ। ଏବଂ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ଆଳୁ କେଜି ପିଛା ୨୦ ଏବଂ ପିଆଜ କେଜି ପିଛା ୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ।

ତତସହିତ ନିର୍ଦ୍ଧାରିତ ମୂଲ୍ୟକୁ ସମସ୍ତ ବ୍ୟବସାୟୀ ଦୋକାନ ସମ୍ମୁଖରେ ମାରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଯଦି କୌଣସି ଦୋକାନୀ ନିର୍ଦ୍ଧାରିତ ଦରରୁ ଅଧିକ ଦରରେ ଆଳୁ, ପିଆଜ ବିକିବେ ଏବଂ ଦୋକାନ ସମ୍ମୁଖରେ ଯଦି ରେଟ ଚାର୍ଟ ନଲଗାଇବେ ତେବେ ତୁରନ୍ତ ସେମାନଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ଉଭୟ ଅଧିକାରୀ କଡ଼ା ଚେତାବନୀ ଦେଇଥିଲେ।

ଯଦି କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥାଏ ତେବେ ସେମାନେ ଉଭୟ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିପାରେବେ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଆଜି ସକାଳୁ ବାଣପୁର ଏବଂ ବାଲୁଗାଁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଉଭୟ ସହରର ସମସ୍ତ ପରିବା ଦୋକାନୀମାନେ ସେମାନଙ୍କ ଦୋକାନ ସମ୍ମୁଖରେ ନିର୍ଦ୍ଧାରିତ ରେଟ ଚାର୍ଟ ଲଗାଇବା ସହ ଜନସାଧାରଣଙ୍କୁ ଧାର୍ଯ୍ୟ ଦରରେ ଆଳୁ ଏବଂ ପିଆଜ ବିକ୍ରି କରୁଛନ୍ତି।  ଯୋଗାଣ ବିଭାଗର ଏପରି ପଦକ୍ଷେପକୁ ଜନସାଧାରଣ ମାନେ ସ୍ୱାଗତ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଧାନକିଣାରେ ଅନିୟମିତତା ଅଭିଯୋଗରେ ୧୦ ଜଣ ପ୍ୟାକ୍ସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୧୦ ଜଣ କର୍ମଚାରୀଙ୍କୁ ବହିସ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ସଂପାଦକ, ଜଣେ କ୍ଲର୍କ ତଥା ପର୍ଚେଜ୍‌ ଅଫିସରଙ୍କୁ ନିଲମ୍ବନ ଓ ୩ ଜଣ ଭାର ପ୍ରାପ୍ତ ଡାଟାଏଣ୍ଟି୍ର ଅ ପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ।

ରାଜ୍ୟ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଦ୍ୱାରା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଭେଡେନ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ରବୀନ୍ଦ୍ର କୁମାର ଦାଶ, କାନସିଂଘା ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ କାନ୍ତିଲାଲ ଭୋଇ, ଏମ୍‌.ଶ୍ରୀଗିଡ଼ା ପ୍ୟାକ୍ସର ସଂପାଦକ ନିର୍ମଳ କୁମାର ଜେନା, ରେମୁଣ୍ଡା ପ୍ୟାକ୍ସର ସଂପାଦକ ଶଶିଭୂଷଣ ସାହୁ, ଗାଇସିଲଟ ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ଘନଶ୍ୟାମ ସାହୁ ଓ କୁମ୍ଭାରୀ ପ୍ୟାକ୍ସର ସଂପାଦକ ଗୌରଚନ୍ଦ୍ର ବୁଧିଆ ।

ସେହିପରି କାନସିଂଘା ପିପିସିର ଭାର ପ୍ରାପ୍ତ ଡାଟାଏଣ୍ଟି୍ର ଅପରେଟର ସନ୍ଦୀପ ସାହୁ, ବୁରୋମୁଣ୍ଡା ପିିପିସି ଭାର ପ୍ରାପ୍ତ ଡିଇଓ ଲିଲୁ ଭୋଇ ଏବଂ ଚାଣ୍ଟିପାଲି ପିପିସିର ଭାର ପ୍ରାପ୍ତ ଡାଟା ଏଣ୍ଟି୍ର ଅପରେଟର ପ୍ରେମାନନ୍ଦ ସାହୁଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ଏମ୍‌.ଶ୍ରୀଗିଡ଼ା ପ୍ୟାକ୍ସର କ୍ଲର୍କ ତଥା ପର୍ଚେଜ ଅଫିସର ଦିନେଶ କୁମାର ବାରିକଙ୍କୁ ନିଲମ୍ବନ କରାଯାଇଛି ।