ଖୋର୍ଦ୍ଧା: ରବିବାର ସନ୍ଧ୍ୟାରେ ତ୍ରୀ ଦିବସୀୟ ବରୁଣେଇ ୧୭ ତମ ରଜ ମହୋତ୍ସବ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଖୋର୍ଦ୍ଧାର ପାରମ୍ପାରିକ ରଜ ମହୋତ୍ସବ ଭାଇଚାରାର ଏକ ନିଛକ ଝଲକ ବୋଲି ଉତ୍ଥାପନ କରି ଏହାକୁ ଅଧିକରୁ ଅଧିକ ଆଡମ୍ବର ସହକାରେ ପାଳନ କରିବାକୁ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ବାସନ୍ତୀ ମହାପାତ୍ର ଯୋଗଦେଇ ଖୋର୍ଦ୍ଧାର ଏହି ରଜପର୍ବ ପାଳନ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ସହ ମା ବରୁଣେଇ ଓ କରୁଣେଇଁ ଙ୍କ ମହିମା ଓ ଖୋର୍ଧଗଡ, ତାପଙ୍ଗ ଗଡ ଓ କନକ ଗଡର ଇତିହାସ କୁ ଉଜ୍ଜୀବିତ କରେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୋର୍ଯ୍ୟ ରଞ୍ଜନ ମହାନ୍ତି ଯୋଗଦେଇ ୧୭ ତମ ରଜ ମହୋତ୍ସବ ଦିଶାନ୍ତ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପ୍ରତିବର୍ଷ ପାଳନ ହୋଇ ଆସୁଅଛି କହି ଏହି ପର୍ବ ଖୋର୍ଦ୍ଧା ଗଡର ପରମ୍ପରା କୁ ପ୍ରୋତ୍ସାହନ ଦିଏ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପରିଷଦ ସଦସ୍ୟ କମଳ କୁମାର ପ୍ରଧାନ ଏବଂ ପ୍ରାକ୍ତନ ମହାବିଦ୍ୟାଳୟ ଅଧ୍ୟକ୍ଷା ମମତା ଦେ ନିଜ ନିଜ ବକ୍ତବ୍ୟରେ ରଜ ମହୋତ୍ସବ ଓଡ଼ିଶାର ଏକ ଗଣ ପର୍ବ ବୋଲି ଉଲ୍ଲେଖ କରିଥିଲେ।
ଦିଶାନ୍ତ୍ ଅନୁଷ୍ଠାନ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ସଭାରେ ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଓ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲାସୁଚାନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଉପସ୍ଥିତ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ପାନୀୟଜଳ ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା।
ମଞ୍ଚରେ ଆକର୍ଷଣୀୟ ପାଇକ ଆଖଡ଼ା ଓ ବିଭିନ୍ନ ପ୍ରକାରର ରଜ ମଉଜ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।