Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ କ୍ରିକେଟ୍ ପାଇଁ ଖରାପ ଖବର, ମାତ୍ର ୨୮ ବର୍ଷ ବୟସରେ ଏହି ରଣଜୀ ଖେଳାଳିଙ୍କ ଦେହାନ୍ତ

ନୂଆଦିଲ୍ଲୀ: କ୍ରିକେଟ୍ ଜଗତ ପାଇଁ ଏକ ଦୁଃଖଦ ଖବର ଅଛି। ହିମାଚଳ ପ୍ରଦେଶର ଯୁବ ଦ୍ରୁତ ବୋଲର ସିଦ୍ଧାର୍ଥ ଶର୍ମା ବଡୋଦରା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ସିଦ୍ଧାର୍ଥଙ୍କ କ୍ରିକେଟ୍ କ୍ୟାରିଅର୍ ଅଧିକ ଦିନ ତିଷ୍ଠି ନଥିଲା, କିନ୍ତୁ ସେ ତାଙ୍କ ସ୍ୱଳ୍ପ କ୍ୟାରିୟରରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୨୮ ୱିକେଟ୍ ନେଇଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ୍ ଦୁଃଖ ପ୍ରକାଶ କରିଛନ୍ତି।

ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ସମଗ୍ର ଦେଶକୁ ଚକିତ କରିଛି। ଏହି ପ୍ରସଙ୍ଗରେ ଆଲୋଚନା କରି ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ସଚିବ ଅବନୀଶ ପରମାନର ଗଣମାଧ୍ୟମକୁ କହିଛନ୍ତି ଯେ, ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ସମସ୍ତେ ଗଭୀର ଦୁଃଖିତ। ଗୁରୁବାର ଦିନ ସିଦ୍ଧାର୍ଥ ଆମକୁ ଛାଡି ଚାଲିଯାଇଛନ୍ତି। ସେ ଗତ କିଛି ଦିନ ଧରି ଭେଣ୍ଟିଲେଟରରେ ଥିଲେ। ବରୋଦା ବିପକ୍ଷ ଶେଷ ମ୍ୟାଚରେ ସିଦ୍ଧାର୍ଥ ଆମ ଦଳର ଅଂଶ ହୋଇଥିଲେ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ହିମାଚଳର ବିଜୟ ହଜାରେ ଟ୍ରଫି ବିଜେତା ଦଳ ତଥା ରାଜ୍ୟର ତାରକା ଫାଷ୍ଟ ବୋଲର ସିଦ୍ଧାର୍ଥ ଶର୍ମାଙ୍କ ଦେହାନ୍ତ ହେବାର ବହୁତ ଦୁଃଖଦ ଖବର ରହିଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଦାରୁଣ ଦୁଃଖ ସହିବାକୁ ପ୍ରିୟଜନଙ୍କୁ ଶକ୍ତି ଦିଅନ୍ତୁ।