Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଥରେ ତିନିଠାକୁରଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଛୁଇଁଲେ ରଥ ଦଉଡି

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ। ସେଠାକୁ ଯିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତଥା ସେବକଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ସୂଚନା କେନ୍ଦ୍ର ଉପରେ ବସି ରଥଯାତ୍ରାର ସମସ୍ତ ବିଧି ଦର୍ଶନ କରିଥିଲେ।

ଏହାପରେ ରଥଟଣା ପ୍ରସ୍ତୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ରଥ ଦଉଡି ଛୁଇଁଥିଲେ। ସେ ତଳକୁ ଓହ୍ଲାଇ ଭିଡ ଭିତରେ ପଶି ରଥ ଦଉଡି ଛୁଇଁ ନିଜକୁ ଧନ୍ୟ ମନେ କରିଥିଲେ। ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ରଥ ଦଉଡି ସ୍ପର୍ଶ କରିଥିଲେ। ଗତକାଲି ରାତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ତେର ଦିନିଆ ବିଦେଶ ଗସ୍ତରୁ ଫେରି ଆଜି ସକାଳୁ ପୁରୀ ଗସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଟେଲିଭିଜନରୁ ରଥଯାତ୍ରା ଦେଖି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ସମସ୍ତ ଭକ୍ତଙ୍କୁ ବଡଦାଣ୍ଡକୁ ଯିବା ପାଇଁ ମନା କରାଯାଇଛି। ପୁରୀ ଜିଲ୍ଲାରେ କଫ୍ୟୁ ଜାରୀ କରାଯାଇଛି। ସମସ୍ତଙ୍କୁ ଅନୁରୋଧ କରାଯାଇଛି ଘରେ ବସି ଟେଲିଭିଜନରେ ରଥଯାତ୍ରା ଦେଖନ୍ତୁ। ଖୋଦ ସରକାର ଏହି ନିର୍ଦ୍ଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲୋକସେବା ଭବନରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଥିବା ଟେଲିଭିଜନରେ ଡିଡି ଓଡିଆରେ ଏହି ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ସକାଳୁ ପହଣ୍ଡି ବିଜେଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ଘରେ ସିଧାପ୍ରସାରଣ ଦେଖିଥିଲେ। ମଝିରେ ମଝିରେ ନବୀନ ନିଜ ଚେୟାରରୁ ଛିଡା ଜଗନ୍ନାଥଙ୍କୁ ନମସ୍କାର କରିଥିଲେ। ତାଙ୍କ ପାଖରେ ଥିଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିୟାନ୍।