Categories
ଆଞ୍ଚଳିକ

ମଦ ଜବତ, ୨ ଗିରଫ

କୁଜଙ୍ଗ; କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଗତକାଲି ଅନୋଳୀପାଟଣା ଗ୍ରାମରୁ ୮ ଲିଟର ବିଦଶୀ ମଦ ଓ ବାଣେସରା ଗ୍ରାମରୁ ୧୦ ଲିଟର ମଦ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଲିକଣୀ ପଂଚାୟତ ଅନୋଳୀପାଟଣା ଗ୍ରାମର ସମ୍ପଦ ଦାସ ଓ ଅନ୍ୟ ଜଣେ କାଠକୋଟ ପଂଚାୟତ ବାଣେସରା ଗ୍ରାମର ସୁଧାଂଶୁ ଶେଖର ନାୟକ। ଏମାନଙ୍କ ନାମରେ ପୂର୍ବରୁ କୁଜଙ୍ଗ ଥାନାରେ ଏକାଧିକ ମାମଲା ରହିଥିବା ଥାନା ଅଧିକାରୀ ଶ୍ରଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

ଦୁଇ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ସେମାନଙ୍କୁ ଆଜି ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତକୁ ପଠାି ଦିଆଯାଇଛି। ସେଠାରେ ସେମାନଙ୍କର ଜାମିନୀ ଖାରଜ ହୋଇ ଯିବାରୁ ଉଭୟଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଖୋଜ ଯୁବତୀ ଉଦ୍ଧାର: ପରିବାର ଲୋକଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

କୁଜଙ୍ଗ: କୁଜଙ୍ଗ ଥାନା ବଡ଼ବାଲିକଣି ଗ୍ରାମର ଜନୈକା ଯୁବତୀକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଥାନାରେ ନିଖୋଜ ଯୁବତୀର ପିତା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍ ନଂ ୬୫/୨୩ ରେ ମାମଲା ରୁଜ୍ଜୁ କରି ଘଟଣାର ଛାନ୍‌ବିନ୍ ଜାରି ରଖିଥିଲା। ଗତକାଲି ନିଖୋଜ ଥିବା ଯୁବତୀକୁ ପୋଲିସ୍ ଜିଲ୍ଲା ବାହାରୁ ଉଦ୍ଧାର କରିଥିବାବେଳେ ତା ସାଂଗରେ ତାଙ୍କର ପୁରୁଷ ବନ୍ଧୁଙ୍କୁ ଉଠାଇ ଆଣିଥିଲା।

ଘଟଣା ସଂପର୍କରେ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ଯୁବତୀକୁ ପଚରାପଚରି ପରେ ଯୁବତୀ ଜଣଙ୍କ ବୟାନରେ ତାକୁ କେହି ଅପହରଣ କରିନାହାନ୍ତି ବୋଲି କହିବା ସହିତ ସେ ତାର ସ୍ୱ-ଇଚ୍ଛାରେ ପୁରୁଷ ବନ୍ଧୁଙ୍କ ସହିତ ଯାଇଥିଲେ ଓ ତାଙ୍କୁ ସେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି କହିଥିଲେ। ମାତ୍ର ଯୁବତୀର ବାପା ଓ ମା ବଳପୂର୍ବକ ଭାବେ ଥାନା ପରିସରରେ ଯୁବତୀକୁ ଘରକୁ ନେଇଯିବାକୁ ଚେଷ୍ଟା କରୁଥିଲେ। ଯୁବତୀ ତାର ସ୍ୱଇଚ୍ଛାରେ ବିବାହ କରିପାରିବ ବୋଲି ଥାନା ଅଧିକାରୀ କହିବା ପରେ ପରିବେଶ ଶାନ୍ତ ପଡିଥିଲା।

ଅନ୍ୟ ପକ୍ଷରେ ଯୁବତୀ ପାଲଟା ଅଭିଯୋଗ କରିଛନ୍ତି ଯେ ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ମୋ ବାପା ମା ମାରିଦେବେ ବୋଲି ଧମକ ଦେଇଛନ୍ତି ତେଣୁ ଆମକୁ ସୁରକ୍ଷା ପ୍ରଦାନ କରିବାକୁ ଥାନା ଅଧିକାରୀଙ୍କ ନିକଟରେ ନିବେଦନ କରିଥିଲେ।

Categories
ଆଞ୍ଚଳିକ

କୁଜଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଯୋଗଦେଲେ ରଶ୍ମୀରଞ୍ଜନ ଦାଶ

କୁଜଙ୍ଗ: ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ ନୂତନ ଆଇଆଇସି ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଇନିସ୍‌ପେକ୍ଟର ରଶ୍ମୀରଞ୍ଜନ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାର ଇନିସ୍‌ପେକ୍ଟର ଶ୍ରୀ ଦାଶ ଗତ ଶନିବାର ଦିନ ଜଗତ୍‌ସିଂହପୁର ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଆଜି କୁଜଙ୍ଗ ଭଳି ଏକ ସମ୍ବେଦନଶୀଳ ଓ ମର୍ଯ୍ୟାଦାଜନକ ଥାନାର ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି।

ଶ୍ରୀ ଦାଶ ଦକ୍ଷ ଅଧିକାରୀ ଭାବେ ବେଶ୍ ଜଣାଶୁଣା। ବିଶେଷ କରି ଅପରାଧୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଶ୍ରୀ ଦାଶ ବେଶ୍ ଚର୍ଚ୍ଚିତ। ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ କରିଥିବା ସମୟରେ ଆଇନ୍ ଶୃଙ୍ଖଳା, ବ୍ରାଉନ୍‌ସୁଗର ବେପାରୀଙ୍କ ଉପରେ ଚଢ଼ାଉ, ବେଆଇନ୍ ଖଣି ଚଢ଼ାଉ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ।

ତେବେ କୁଜଙ୍ଗ ଏକ ସମ୍ବେଦନ ଶୀଳ ଥାନା ହୋଇଥିବା ବେଳେ ଉକ୍ତ ଅଂଚଳକୁ ଅପରାଧମୁକ୍ତ, ଆଇନ୍ ଶୃଙ୍ଖଳା, ବ୍ରାଉନ୍ ସୁଗର, ବନ୍ଧୁକ କାରବାର, ଚୋରା ମଦ ଓ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ରାଜ୍ୟ ସରକାରଙ୍କର ୫-ଟି ବ୍ୟବସ୍ଥାକୁ ଗୁରତ୍ୱ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।

ସୂୁଚନା ଥାଉକି, କୁଜଙ୍ଗ ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନଙ୍କ ବାରିପଦା ଏସ୍‌ଡିପିଓ ଭାବେ ପଦୋନ୍ନତି ହୋଇ ବଦଳି ହୋଇଥିବାରୁ ତାଙ୍କ ସ୍ଥାନରେ ଆଜି ଥାନା ଅଧିକାରୀ ଯୋଗଦେଇଛନ୍ତି ଶ୍ରୀ ଦାଶ।