Categories
ଆଞ୍ଚଳିକ

ଟାଙ୍ଗୀ : ଅଜଣା ଗାଡ଼ି ଧକ୍କାରେ ୮ ଗୋରୁ ମୃତ

ଟାଙ୍ଗୀ : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଛକରେ ଅଜଣା ଗାଡି ଧକ୍କାରେ ୮ ଗୋରୁ ମୃତ। ଗତ କାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଗୋରୁ ଗୁଡିକୁ ଲୋକେ ଉଦା ଛାଡି ଦେଉଥିବାରୁ ଗୋରୁ ଗୁଡିକ ଜାତୀୟ ରାଜପଥରେ ଶୋଇ ରହିଥିଲେ। ଏହି ସମୟରେ କୌଣସି ଏକ ଭାରି ଯାନ ଦ୍ୱାରା ଘଟିଛି ଦୁର୍ଘଟଣା।

ଦୁର୍ଘଟଣା ସ୍ଥଳରେ ଗୋରୁ ଗୁଡିକ କ୍ଷତବିକ୍ଷତ ହୋଇ ରାସ୍ତାରେ ଛିଟିକି ମରି ପଡିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇ ଗାଡିଟି ଫେରାର ହୋଇଯାଇଛି।ଜାତୀୟ ରାଜପଥରେ ଗାଡି ଚାଳକମାନେ ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଘଟୁଛି ଦୁର୍ଘଟଣା। ଏ ନେଇ ଏନଏଚଏଆଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।