Categories
ଆଜିର ଖବର ରାଜ୍ୟ ଖବର

ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲା ବିଜେପି

ଭୁବନେଶ୍ବର: ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛି ବିଜେପି ମହିଳା ମୋର୍ଚ୍ଚା। ଏ ନେଇ ଓସିଏ, କ୍ରୀଡାମନ୍ତ୍ରୀ ଏବଂ ପୋଲିସକୁ ଦାୟୀ କରିଛି ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବୀ କରିଛନ୍ତି।

ସେ କହିଛନ୍ତି ଯେ, ଗତ ୧୦ତାରିଖ ରାଜଶ୍ରୀ ନିଖୋଜ ହୋଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଥିଲେ ବି ପୋଲିସ ବିଭାଗ ଓ ଓସିଏ କୌଣସି ପ୍ରକାର ପଦକ୍ଷେପ ନେଇନଥିଲେ । ରାଜଶ୍ରୀଙ୍କ ନିଖୋଜର ୨ ଦିନ ପରେ ବି ପରିବାର କିମ୍ବା ପୋଲିସ ଓସିଏ କତୃପକ୍ଷ ଜଣାଇଲେ ନାହିଁ ।

ଶେଷରେ ୧୩ ତାରିଖ ଦିନ କଟକ ଜିଲ୍ଲା ଆଠଗଡ ଅଂଚଳର ଗୁରୁଡିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ହେବା ପରେ ତତ୍ପରାତର ସହ ତଦନ୍ତ ହୋଇଥିଲେ ରାଜଶ୍ରୀର ମୃତ୍ୟୁ ହୋଇ ନ ଥାନ୍ତା ବୋଲି ମହିଳା ସ୍ମୃତି ପଟ୍ଟନାୟକ କହିଛନ୍ତି ।