Categories
ଆଜିର ଖବର ଜାତୀୟ ଖବର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଏମଏସ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଚାଳିଷ ଦିନ ଧରି ଆଇସିୟୁରେ ଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ଫଳରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହିତ ରାଜୁ ଶ୍ରୀବାସ୍ତବଙ୍କ ଏକ ଫଟୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। ସେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବ ହାସ୍ୟ ଏବଂ ସକାରାତ୍ମକତା ସହିତ ଆମ ଜୀବନକୁ ଉଜ୍ଜ୍ୱଳିତ କରିଥିଲେ। ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଯାଇଛନ୍ତି। ହେଲେ ବର୍ଷ ବର୍ଷ ଧରି କରିଥିବା ତାଙ୍କର ଉଚ୍ଚକୋଟିର ଅଭିନୟ ଯୋଗୁଁ ସେ ଅଗଣିତ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ଦେହାନ୍ତ ବଡ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ‘

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ସିନେମା

ଶେଷରେ ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଗଲେ ହସାଉଥିବା ଅଭିନେତା ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବଙ୍କର ଦେହାନ୍ତ: ଲୋକପ୍ରିୟ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୧୦ ରେ ସେ ହଠାତ୍ ହୃଦଘାତରେ ପୀଡିତ ହୋଇ ତାଙ୍କୁ ଦିଲ୍ଲୀ ଏମଏସକୁ ନିଆଯାଇଥିଲା। ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ଲାଇଫ ସପୋର୍ଟରେ ଥିଲେ। ସେ ପ୍ରାୟ ୪୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚେତାଶୂନ୍ୟ ଥିଲେ।

କିଛିଦିନ ଧରି ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ତାଙ୍କୁ ହୃଦଘାତ ହେବାରୁକ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ହୃଦଘାତ ପରେ ସେ ମସ୍ତିଷ୍କରେ ରକ୍ତ କ୍ଷୟ ହୋଇଥିବା ଡାକ୍ତରମାନେ କହିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖାଙ୍କୁ ଟେଲିଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ହେଲେ ଆଜି ଅର୍ଥାତ ସେପ୍ଟେମ୍ବର ୨୧ ରେ ସକାଳ ୧୦:୨୦ ରେ ତାଙ୍କୁ ମୃତ ଘୋଷଣା କରାଯାଇଛି।

ରାଜୁ ଶ୍ରୀବାସ୍ତବଙ୍କ ପ୍ରକୃତ ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ। ହେଲେ ସେ ପରଦାରେ ରାଜୁ ଶ୍ରୀବାସ୍ତବ ଭାବେ ପରିଚିତ ଥିଲେ। ସେ ୨୫ ଡିସେମ୍ବର ୧୯୬୩ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଲୋକପ୍ରିୟ ଅଭିନୟ ପାଇଁ ତାଙ୍କୁ ପ୍ରାୟତଃ ଗଜୋଧର ଭାବରେ ସମ୍ମାନିତ କରାଯାଉଥିଲା। କାନପୁରର ଜଣେ ମଧ୍ୟବିତ୍ତ ପରିବାରରୁ ଆସିଥିବା ରାଜୁ ସବୁବେଳେ ହାସ୍ୟ ଅଭିନେତା ହେବାକୁ ଚାହୁଁଥିଲେ।

ସେ ଟ୍ୟାଲେଣ୍ଟ ସୋ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫିଂ ଚ୍ୟାଲେଞ୍ଜ ସହିତ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଦ୍ୱିତୀୟ ରନର୍ ଅପ୍ ଭାବରେ ମନୋନିତ ହୋଇଥିଲେ। ପରେ ସେ ସେଥିରେ ଅଂଶଗ୍ରହଣ କରି, ଦି ଗ୍ରେଟ୍ ଇଣ୍ଡିଆନ୍ ଚ୍ୟାଲେଞ୍ଜ – ଚାମ୍ପିଅନ୍ସ ଏବଂ “କମେଡି ଅଫ୍ କମେଡି” ଟାଇଟଲ୍ ଜିତିଥିଲେ।

ରାଜୁ ଶ୍ରୀବାସ୍ତବ ଉଭୟ ଭାରତ ଏବଂ ବିଦେଶରେ ଅଭିନୟ କରିଥିଲେ। ସେ ରାଜଶ୍ରୀ ପ୍ରଡକ୍ସନ୍ସର ମେନ୍ ପ୍ୟାର୍ କିୟା ଏବଂ ବାଜିଗର ଏବଂ ବମ୍ବେ ଟୁ ଗୋଆ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ସେ ଅମଦାନୀ ଆଠାନି ଖାର୍ଚ୍ଚା ରୂପାୟାରେ ମଧ୍ୟ ଅଭିନୟ କରିଥିଲେ। ରାଜୁ ଯେତେବେଳେ ବିଗ୍ ବସ୍ ସିଜନ୍ ବଦ୍ଭୟ ଏବଂ ନାଚ୍ ବାଲିୟେ ସେସନ6 ରେ ଅଂଶଗ୍ରହଣ କରିଥିଲେ ସେତେବେଳେ ସେ ଅନେକ ପ୍ରଶଂସକ ଲାଭ କରିଥିଲେ।

ସେ କପିଲଙ୍କ ସହ କମେଡି ନାଇଟ୍ସରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ପତ୍ନୀ ଶିଖା ଏବଂ ସେମାନଙ୍କର ସନ୍ତାନ ଅନ୍ତରା ଏବଂ ଆୟୁଷ୍ମାନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସ୍ବାସ୍ଥ୍ୟ

ହୃଦଘାତରେ ପୀଡିତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ହୋଇଛନ୍ତି। ସେ ଦିଲ୍ଲୀର ଏକ ହୋଟେଲରେ ଅବସ୍ଥିତ ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦଘାତରେ ପୀଡିତ ହୋଇଛନ୍ତି। ଏହା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ରାଜୁ ହୋଟେଲରେ ମଧ୍ୟରାତ୍ରିର ବ୍ୟାୟାମ କରୁଥିଲେ। ସେ ଟ୍ରେଡମିଲରେ ଥିଲେ ଏବଂ ହଠାତ୍ ଖସିପଡିଥିଲେ। ତାଙ୍କର ସାମାନ୍ୟ ହୃଦଘାତ ହୋଇଥିଲା। ତାଙ୍କୁ ଦୁଇ ଦିନ ନଜରରେ ରଖାଯିବ ଏବଂ ତାଙ୍କ ଅବସ୍ଥାକୁ ଦେଖି ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।