Categories
ଆଜିର ଖବର ଜାତୀୟ ଖବର

ବିହାରରେ ୭୫ ପ୍ରତିଶତ ସଂରକ୍ଷଣ ପାଇଁ ରାସ୍ତା ସଫା: ସଂଶୋଧନ ବିଲ୍ କୁ ଅନୁମୋଦନ କଲେ ରାଜ୍ୟପାଳ

ପାଟନା: ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ସଂରକ୍ଷଣ ସଂଶୋଧନ ବିଲ୍୨୦୨୩ କୁ ଅନୁମୋଦନ କରିଛନ୍ତି। ବିହାରରେ ୬୫ ପ୍ରତିଶତ ସଂରକ୍ଷଣ ପାଇଁ ରାସ୍ତା ସଫା କରାଯାଇଛି। ଏସସି-ଏସଟି, ଓବିସି-ଇବିସି ପାଇଁ ସଂରକ୍ଷଣର ପରିସର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିହାରର ସାଧାରଣ ପ୍ରଶାସନ ବିଭାଗ ଗେଜେଟ ପ୍ରକାଶ କରିବ। ଏହା ପରେ ଏହା କାର୍ଯ୍ୟକାରୀ ହେବ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଧାନସଭା ଏବଂ ବିଧାନ ପରିଷଦରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଛି। ସଂରକ୍ଷଣର ପରିସରକୁ ୫୦ ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଥିଲା। ୧୦ ପ୍ରତିଶତ ଇଡବ୍ଲୁଏସ ଯୋଗ କରି ଏହା ୭୫ ପ୍ରତିଶତରେ ପରିଣତ ହେବ।

ଇଡବ୍ଲୁଏସ ର ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ରହିବ:

ଅନୁସୂଚିତ ଜାତି ୨୦ ପ୍ରତିଶତ ସଂରକ୍ଷଣ ପାଇବ, ଅନୁସୂଚିତ ଜନଜାତି ୨ ପ୍ରତିଶତ ପାଇବେ, ଅତି ପଛୁଆ ଜାତି ୨୫ ​​ପ୍ରତିଶତ ପାଇବେ ଏବଂ ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ ସଂରକ୍ଷଣ ମିଳିବ। ଏଥି ସହିତ, ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ପୂର୍ବ ପରି ପ୍ରଯୁଜ୍ୟ ରହିବ।