Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଂଗରେ ହଟ୍ଟଗୋଳ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ

ଭୁବନେଶ୍ବର: ଧିରେ ଧିରେ ରାଜ୍ୟପାଳଙ୍କ ପୁଅ ଓଡିଆ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନୂଆ ମୋଡ ନେବାରେ ଲାଗିଛି। ଆଜି ଏହି ପ୍ରସଂଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଏପରିକି ବିଜେଡି ବିଧାୟକ ବାଚସ୍ପତିଙ୍କ ଟେବୁଲ ଉପରେ ଚଢି ତାଙ୍କ ମାଇକ ଭାଙ୍ଗି ଦେଇଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଦାବୀ କରିଛନ୍ତି।

ଆଜ ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ନିଜ ଆସନ ପାଖରେ ଛିଡା ହୋଇ ପ୍ରତିବାଦ କରିଥିଲେ। ଏହାପରେ ସମସ୍ତେ ଗୃହ ମଧ୍ୟ ଭାଗକୁ ଆସି ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ କେବେ ବୋଲି ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ସେହିପରି ହଟ୍ଟଗୋଳ କରିଥିଲେ। ଏପରିକି ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ତାଙ୍କ ମାଇକ ଭାଙ୍ଗି ଦେଇଥିଲେ। ଏପରି ପରିସ୍ଥିତିରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବି ଘୋଷଣା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନିଜର ସମୃଦ୍ଧ ସଂସ୍କୃତି ଓ ଜୀବନ୍ତ ପରମ୍ପରା ପରି ଓଡ଼ିଶାର ନୃତ୍ୟ ଓ ସଂଗୀତ ମଧ୍ୟ ଆକର୍ଷକ: ରାଜ୍ୟପାଳ

ଭୁବନେଶ୍ୱର: ନିଜର ସମୃଦ୍ଧ ସଂସ୍ମୃତି ଓ ଜୀବନ୍ତ ପରଂପରା ପରି ଓଡ଼ିଶାର ନୃତ୍ୟ ଓ ସଂଗୀତ ମଧ୍ୟ ଆକର୍ଷକ। ଓଡ଼ିଶାରେ ସଂଗୀତ ଓ ନୃତ୍ୟର ଏକ ଗୌରବଶାଳୀ ପରଂପରା ରହିଛି। ଓଡ଼ିଶୀ ନୃତ୍ୟ ଓ ସଂଗୀତର ମଧ୍ୟ ସମୃଦ୍ଧ ପରପଂରା ରହିଛି। ଏହାର ସୌନ୍ଦର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ କଳାତ୍ମକ ଉପସ୍ଥାପନା ପାଇଁ ରାଜ୍ୟ, ଦେଶ ତଥା ବିଦେଶରେ ଆଦୃତ ହୋଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି।

ଚଳିତ ଜୁଲାଇ ୧୬ ତାରିଖ ସଂନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ ଅନୁଷ୍ଠାନ ତ୍ରିଧାରା ଆନୁକ୍ୟୂରେ ଆୟୋଜିତ ଗୁରୁ ଦେବ ପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ଶ୍ରୀ ଦାସ ଏହି ମତବ୍ୟକ୍ତ କରିଛନ୍ତି। ଉଦ୍‌ବୋଧନ ଛଳରେ ଶ୍ରୀ ଦାସ କହିଥିଲେ ଯେ ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ। ଯେଉଁ ମହାନ ଗୁରୁମାନେ ଓଡ଼ିଶୀ ନୃତ୍ୟର ପୁର୍ନରୁଦ୍ଧାର କରି ଏହାକୁ ଲୋକପ୍ରିୟ କରାଇଛନ୍ତି ସେମାନଙ୍କ ମଧ୍ୟରେ ଗୁରୁ ଦେବ ପ୍ରସାଦ ଦାସ ଅନ୍ୟତମ।

ସେ କେବଳ ଯଶସ୍ୱୀ ନୃତ୍ୟଶିଳ୍ପୀ ସୃଷ୍ଟି କରିନାହାନ୍ତି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଓଡ଼ିଶୀ ନୃତ୍ୟକୁ ସୁନ୍ଦର ଓ ସାବଳୀଳଭାବେ ପ୍ରସ୍ତୁତି ମାଧ୍ୟମରେ ବିଶ୍ୱସ୍ତରରେ ପହଂଚାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏପରି ଯଶସ୍ୱୀ ଗୁରୁଙ୍କ ସମ୍ମାନାର୍ଥେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଗୁରୁମାନଙ୍କୁ ଗୁରୁ ଦେବ ପ୍ରସାଦ ନୃତ୍ୟ ରତ୍ନ ସମ୍ମାନ ପ୍ରଦାନର ପରଂପରା ଅବ୍ୟାହତ ରଖିଥିବାରୁ ସାଂସ୍କୃତିକ ଅନୁଷ୍ଠାନ ତ୍ରିଧାରାର କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ।

ଏପରି ସମ୍ମାନ ଓଡ଼ିଶୀ ନୃତ୍ୟ ଓ ସଂଗୀତର ଅଧିକ ବିକାଶ ପ୍ରସାର କ୍ଷେତ୍ରରେ ଗୁରୁମାନଙ୍କୁ ପ୍ରୋତ୍ସାହନ ଓ ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ସଂଗୀତର ବିକାଶ ପାଇଁ ସାଂସ୍କୃତିକ ଅନୁଷ୍ଠାନ ତ୍ରିଧାରାକୁ ରାଜ୍ୟପାଳ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ।

ସମ୍ମାନିତ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦୀଲ୍ଲିପ ରାଉତରାଏ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଡ଼. ଗଜେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ତ୍ରିଧାରାର ସ୍ୱର୍ଣ୍ଣ ସମାରୋହ କମିଟିର ଅଧ୍ୟକ୍ଷ ଡ଼. ଗୌରବ ରାଲହନ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ସୀମାଂଚଳ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୃତ୍ୟ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।