Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି ବୋଲି କହିଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଆଜିର ଖବର

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି ବୋଲି କହିଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ

December 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି ବୋଲି କହିଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ମହୋଦୟା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି।

ତାଙ୍କ ପ୍ରତି ଭରଷା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମାନ୍ୟବର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ୧୩ ମାସରୁ ଅଧିକ ସମୟ ବିତାଇବା ପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ଓ ସମ୍ମାନ ସହିତ ବିଦାୟ ନେଉଛନ୍ତି । ଏହି ରାଜ୍ୟ ପ୍ରାକୃତିକ ସମ୍ବଳ, ଅଦ୍ୱିତୀୟ ପ୍ରାକୃତିକ ସୁନ୍ଦରତା, ସୁବିସ୍ତୀର୍ଣ୍ଣ ସମୁଦ୍ର ତଟ, ସବୁଜ ବନାନୀ ଓ ଭବ୍ୟ ମନ୍ଦିର ପାଇଁ ସୁପ୍ରସିଦ୍ଧ। ନିଜର ସମୃଦ୍ଧ ସଂସ୍କୃତି, ଗୌରବଶାଳୀ ପରମ୍ପରା ପାଇଁ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିଛି।

ଓଡ଼ିଶାର ଲୋକମାନଙ୍କ ଉତ୍ସାହ, ଅତୁଳନୀୟ ଆତିଥ୍ୟ ତାଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଛି ବୋଲି ସେ ପ୍ରକାଶ କରିଛନ୍ତି । ପରମ୍ପରାକୁ ପାଥେୟ କରି ପ୍ରଗତି ଆଡ଼କୁ ଅଗ୍ରସର ହେବାରେ ଓଡ଼ିଶାର ପ୍ରଚେଷ୍ଟା ଓ ସଫଳତା ବାସ୍ତବିକ୍ ପ୍ରେରଣାଦାୟୀ। ମୁଁ ଓଡ଼ିଶାବାସୀଙ୍କର ଅଦମ୍ୟ ଭାବନାକୁ ଅତି ନିକଟରୁ ଦେଖିଛି । ଆହ୍ୱାନକୁ ସମ୍ମୁଖୀନ କରିବା, ପର୍ବପର୍ବାଣୀରେ ଉଲ୍ଲସିତ ହେବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମିଳିମିଶି କାମ କରିବା ଓଡ଼ିଶାବାସୀଙ୍କର ବିଶେଷ ପରିଚୟ।

ଓଡ଼ିଶାବାସୀଙ୍କର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବିଦାୟୀ ରାଜ୍ୟପାଳ କହିଛନ୍ତି। ଏବେ ସେ ବିଦାୟ ନେବାବେଳେ ଓଡ଼ିଶା ଓ ଏଠାକାର ଲୋକମାନଙ୍କ ସହ ତାଙ୍କର ସୁଖଦ ସ୍ମୃତି ଓ ଅନୁଭୁତି ଏବଂ ସେମାନଙ୍କ ପ୍ରତି ଗଭୀର ସମ୍ମାନ ସର୍ବଦା ତାଙ୍କ ସହିତ ରହିଥିବ । ପରିଶେଷରେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ଓଡ଼ିଶାର ନିରନ୍ତର ବିକାଶ ଓ ସମୃଦ୍ଧି କାମନା କରିଛନ୍ତି।

ରଘୁବର ଦାସ ରାଜ୍ୟପାଳ ରଘୁବର ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.