Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବରିଷ୍ଠ ଚଳଚିତ୍ର ବ୍ୟକ୍ତିତ୍ବ ରାଧାନାଥ ଭଟ୍ଟଙ୍କ ପରଲୋକ

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତ ପାଇଁ ପୁଣି ଦୁଃଖ ଖବର। କାରଣ ହେଲା ଏଥର ଲୋକପ୍ରିୟ ଚଳଚିତ୍ରର ବ୍ୟକ୍ତିତ୍ବ ରାଧାନାଥ ଭଟ୍ଟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବୟସାଧିକ ତଥା ନିମୋନିଆ ରୋଗୀରେ ପିଡିତ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।

ରାଧାନାଥ ଚଳଚିତ୍ର ଜଗତରେ ବାବୁଲା ଭାଇନା ଭାବେ ପରିଚିତ। ସେ ହେଉଛନ୍ତି ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଶଳା। ପ୍ରଶାନ୍ତ ନନ୍ଦଙ୍କ ପ୍ରାୟ ଚଳଚିତ୍ର ନିର୍ମାଣରେ ସେ ସଂପୃକ୍ତ ଥିଲେ। ସେଥି ମଧ୍ୟରେ ରହିଛି ବଳିଦାନ, ସ୍ବପ୍ନସାଗର ଏବଂ ଡୋରା ପରି ଚଳଚିତ୍ର ନିର୍ମାଣ ସହିତ ସେ ଜଡିତ ଥିଲେ। ତାଙ୍କ ବିୟୋଗରେ ଓଡିଆ ଚଳିଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।