Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍‌ରେ ଉଲ୍ଲେଖନୀୟ ବିଜୟ ପାଇଁ ରୌନକ ସାଧୱାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ 

ନୂଆଦିଲ୍ଲୀ: ଏଫ୍‌ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୩ରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୌନକ ସାଧୱାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟରେ ଲେଖିଛନ୍ତି ଯେ, “ଏଫ୍‌ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୩ ରେ ଉଲ୍ଲେଖନୀୟ ବିଜୟ ପାଇଁ @sadhwani2005 ଙ୍କୁ ଅଭିନନ୍ଦନ!

ତାଙ୍କର ରଣନୈତିକ କୌଶଳ ଏବଂ ଦକ୍ଷତା ଜଗତକୁ ଚକିତ କରବା ସହିତ ଦେଶକୁ ଗର୍ବିତ କରିଛି।

ସେ ତାଙ୍କର ଅପୂର୍ବ ସଫଳତା ସହିତ ଆମ ଦେଶର ଯୁବକ ମାନଙ୍କୁ ପ୍ରେରଣା ଯୋଗାଇ ପାରିବେ। ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା। ”