Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ରାମଲାଲ ପ୍ରତିଷ୍ଠା ପାଇଁ ସୋମବାରରେ ହେଲା ଛୁଟି ଘୋଷଣା

ନୂଆଦିଲ୍ଲୀ: ବଡ ଖବର ହିମାଚଳ ପ୍ରଦେଶରୁ ଆସିଛି ଯେଉଁଠାରେ ଜାନୁଆରୀ ୨୨ କୁ ରାଜ୍ୟରେ ପୁରା ଛୁଟି ଘୋଷଣା କରାଯାଇଛି। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଜାନୁଆରୀ ୨୨ କୁ ଦେଶର ଅନେକ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ହେଲେ ବିଶେଷ କଥା ହେଉଛି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଅଛି, ତଥାପି ସେଠାକାର ସରକାର ୨୨ ଜାନୁଆରୀରେ ଛୁଟି ଘୋଷଣା କରିଛନ୍ତି।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦ ସିଂ ସୁଖୁ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ଏବଂ ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୨ ରେ ରାଜ୍ୟବାସୀଙ୍କୁ ନିଜ ଘରେ ଦୀପ ଜାଳିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖୁ ମଧ୍ୟ ରାମ ମନ୍ଦିରରେ ପ୍ରାର୍ଥନା କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଆଜି ସିମିଲାସ୍ଥିତ ଶ୍ରୀ ରାମ ମନ୍ଦିରରେ ମର୍ଯ୍ୟଦାପୁରୁଷ ଭଗବାନ ପ୍ରଭୁ ଶ୍ରୀ ରାମ ଜୀ ଙ୍କ ପାଦତଳେ ମୁଣ୍ଡ ନୁଆଁଇ ପ୍ରାର୍ଥନା କଲି ଏବଂ ଦେଶରେ ସୁଖ, ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।