Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆଜି ସଂଧ୍ୟାରେ ଶ୍ରୀମନ୍ଦିରରେ ପାଳିତ ହେଲା ରାମ ଅଭିଷେକ ଉତ୍ସବ

ପୁରୀ, ଆଜି ହେଉଛି ରାମ ଅଭିଷେକ। ଏହି ଉପଲକ୍ଷେ ଶ୍ରୀମନ୍ଦିରର ମଧ୍ୟ ସ୍ବତନ୍ତ୍ର ରିତିନିତି ପାଳିତ ହୋଇଛି। ଆଜି ଶ୍ରୀଜୀୟୁଙ୍କ ସଂଧ୍ୟା ଆରତି ପରେ ଏହି ସ୍ବତନ୍ତ୍ର ପର୍ବର ଆୟୋଜିନ କରାଯାଇଥିଲା। ଏଥିରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ପ୍ରତିମା ଏକ ବିମାନରେ ଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିଥିଲେ।

ଏଥିରେ ସେବକମାନେ ଘଣ୍ଟିଘଣ୍ଟା ଛତି ଧରି ଏହି ଚାରି ପ୍ରତିମାକୁ ସହର ପରିକ୍ରମା କରାଇଥିଲେ। କୋଭିଡ କଟକଣା ଭିତରେ ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା।