Categories
ଜାତୀୟ ଖବର ବିଶେଷ ଖବର

ରାସାୟନିକ ବାଣ ଫୁଟାଇବା ଉପରେ ପ୍ରତିବନ୍ଧ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାଣରେ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ନୁହେଁ ବରଂ ସମସ୍ତ ରାଜ୍ୟରେ ଲାଗୁ ହେବ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି।

କେତେକ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ରାଜସ୍ଥାନକୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହି କଥା କହିଛନ୍ତି।

ବିଶେଷ କରି ପର୍ବପର୍ବାଣୀ ଋତୁରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇ କୋର୍ଟ ରାଜସ୍ଥାନକୁ ପୂର୍ବ ନିର୍ଦ୍ଦେଶକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦ୍ରେଶ ଦର୍ଶାଇଛନ୍ତି ଯେ ପରିବେଶ ପ୍ରସଙ୍ଗରେ କେବଳ ଅଦାଲତର କର୍ତ୍ତବ୍ୟ ରହିଛି ବୋଲି ଭୁଲ୍ ଧାରଣା ରହିଛି। ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ଜାତୀୟ ରାଜଧାନୀ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବାୟୁର ଗୁଣବତ୍ତା କ୍ରମାଗତଭାବେ ଖରାପ ହେଉଥିବାରୁ ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଦୋଷାରୋପ କରୁଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସମାଲୋଚନା କରିଛନ୍ତି।

“ଆମେ ଦେଖୁଛୁ ଯେ ସମସ୍ତେ ଦାୟିତ୍ୱ ଖସାଇବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ନିର୍ଦ୍ଦେଶ ସମସ୍ତ ରାଜ୍ୟ ପାଇଁ ବୋଲି ଜଷ୍ଟିସ୍ ସୁନ୍ଦ୍ରେଶ କହିଛନ୍ତି। ତେବେ ଏହି ମାମଲାର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି ଯେ, ନଡ଼ା ପୋଡ଼ିବା ପ୍ରସଙ୍ଗରେ ଖଣ୍ଡପୀଠ ଅଧିକ ମନ୍ତବ୍ୟ ଦେଇନାହାନ୍ତି।