Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ର ପ୍ରଭାବ : ରାସ୍ତାକଡରେ ସନ୍ତାନ ପ୍ରସବ ପରେ 270 କିମି ଚାଲି ଚାଲି ଗଲେ ମହିଳା

ଆଲିଗଡ : ଲକ୍‌ଡାଉନ୍‌ ସମୟରେ ଦେଶବ୍ୟାପୀ ଚଳାଚଳ ବନ୍ଦ ହୋଇଥିବା ବେଳେ ଏହା ଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ । ଉତ୍ତରାଖଣ୍ଡରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଚଣ୍ଡୀଗଡରୁ ନିଜ ପତିଙ୍କ ସହିତ ମଧ୍ୟପ୍ରଦେଶ ଫେରୁଥିବା ବେଳେ ରାସ୍ତା ମଝିରେ ସନ୍ତାନ ପ୍ରସବ କରିଥିଲେ ମହିଳା ଜଣକ । ଚଣ୍ଡୀଗଡରୁ 180 କିମି ଦୂର ଚାଲିବା ପରେ ମାନ୍‌ କୁମାର ନାମକ ମହିଳା ଜଣକ ଉତ୍ତରାଖଣ୍ଡରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ମାନ୍‌ କୁମାର ଆହୁରି 270 କିମି ପଦଯାତ୍ରା କରିଥିଲେ । 6 ଦିନ ଚାଲିବା ପରେ ନିଜର 50 ସାଥୀଙ୍କ ସହିତ ମହିଳା ଜଣକ ଆଲିଗଡରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀଙ୍କ ପକ୍ଷରୁ 50 ଜଣଙ୍କ ପାଇଁ ଖାଇବା ପ୍ରସ୍ତୁତ କରାଯିବା ସହିତ ଶିଶୁ ନିମନ୍ତେ ଡ୍ରେସ୍‌ ମଧ୍ୟ ପ୍ରଦାନ କରାଯାଇଥିଲା । ଏପରିକି ରାସ୍ତାରେ ଫେରିବା ନିମନ୍ତେ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ନବଜାତକ ଶିଶୁ ଏବଂ ମା ଉଭୟ ସରକ୍ଷିତ ଅଛନ୍ତି ବୋଲି ମହିଳାଙ୍କ ସ୍ବାମୀ ସଞ୍ଜୟ କୁମାର ପ୍ରକାଶ କରିଛନ୍ତି । (ଏଜେନ୍ସି)