Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ନରୋତ୍ତମ ମିଶ୍ର, କହିଲେ ଯଦି ନିର୍ଦ୍ଦୋଷ ତେବେ ଏତେ ଭୟଭୀତ କାହିଁକି?

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ଦିନ ଧରି ପ୍ରାୟ ୩୦ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଛି। ଯାହାକୁ ନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି। କିନ୍ତୁ ଏହି ମାମଲା ବିଷୟରେ ରାହୁଲଙ୍କୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଟାର୍ଗେଟ କରିଛନ୍ତି।

ନରୋତ୍ତମ କହିଛନ୍ତି ଯେ, ଯଦି ରାହୁଲ ନିର୍ଦ୍ଦୋଷ ତେବେ ଆତଙ୍କିତ କାହିଁକି ଏବଂ ଯଦି ଭୟ ନାହିଁ ତେବେ ଏହି ବିରୋଧ କାହିଁକି? ଯଦି ଆପଣ ଇଟାଲୀ, ବ୍ୟାଙ୍କକକ୍ ଏବଂ ଥାଇଲ୍ୟାଣ୍ଡରୁ ଆସନ୍ତି, ତେବେ ଆପଣ ସେତେବେଳେ ଏକାକୀ ଆସନ୍ତି, କିନ୍ତୁ ଇଡି ସାମ୍ନାରେ ଭିଡ଼ ନେବା କାହିଁକି ଆବଶ୍ୟକ ପଡୁଛି? ଦୁର୍ନୀତି ପ୍ରସଙ୍ଗକୁ ରାଜନୈତିକ କରିବା ପାଇଁ କଂଗ୍ରେସର ଏହା ଏକ ଘୃଣ୍ୟ ପ୍ରୟାସ। କିନ୍ତୁ ଦେଶର ଲୋକମାନଙ୍କୁ ଏସବୁ ବିଷୟରେ ଭଲଭାବେ ଜଣା ପଡିଯାଇଛି।