Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାତିରେ ସାତୋଟି ଜିଲ୍ଲାରେ ସୃଷ୍ଟି ହେବ ଘନ କୁହୁଡି, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି।

ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।

Categories
ଫଟୋ ଖବର

ଆଟିଡିଏ ଅଧିନରେ ଥିବା ମିଶନ ଜୀବୀକା ଯୋଜନାରେ ରାୟଗଡା ଜିଲ୍ଲାର ବରିଗୁଡା ଅଞ୍ଚଳରେ ମରିଚ ଚାଷ

Chili production in BARIGUDA village K. Singpur block under Mission Jeevika of ITDA RAYAGADA in collaboration with APC programme.

Categories
ଆଜିର ଖବର ରାଜ୍ୟ ଖବର

ଆଜି ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ

ଭୁବନେଶ୍ବର, ଆଜି ରାଜ୍ୟର ପାଞ୍ଚୋଟି ଜିଲ୍ଲାର ପ୍ରବଶ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି ଏବଂ ନବରଂଗପୁର। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହିପରି 10ଟି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ଗଂଜାମ, ପୁରୀ ନୟାଗଡ, ବୌଦ୍ଧ, ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ।

Categories
ଆଜିର ଖବର ରାଜ୍ୟ ଖବର

30ଟି ଜିଲ୍ଲାରୁ1876, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରେ 1876ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 297 ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 260, ସୁନ୍ଦରଗଡରୁ 119, କଟକରୁ 109, ନୟାଗଡରୁ 105, ରାୟଗଡାରୁ 98,  ବାଲେଶ୍ବରରୁ 81, ପୁରୀରୁ 80, କୋରାପୁଟରୁ 77, ଗଜପତିରୁ 71, ମୟୂରଭଞ୍ଜରୁ 70, କେନ୍ଦ୍ରାପଡାରୁ 58, ଯାଜପୁରରୁ 53, ଭଦ୍ରକରୁ 50, କଳାହାଣ୍ଡିରୁ 41, ଢେଙ୍କାନାଳ ଓ ସମ୍ବଲପୁରରୁ 36ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରୁର 31,  କନ୍ଧମାଳ ଓ ନବରଙ୍ଗପୁରରୁ 30ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 26, ମାଲ୍‌କାନଗିରିରୁ 24,  ସୋନପୁରରରୁ 22, କେଉଁଝରରୁ 21, ଅନୁଗଳ ଓ ବରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 10, ଝାରସୁଗୁଡାରୁ 6,  ନୂଆପଡାରୁ 3 ଓ ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 14 ଜଣଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 14 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଛଅ ଜଣ ମୃତ୍ୟୁବରଣ କରିଥିବାବେଳେ  ଖୋର୍ଦ୍ଧା, ନୟାଗଡାରୁ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ମୃତ୍ୟୁବରଣ କରିଥିବା 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 70 ରହିଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 85, 65, 50,55 ଓ 50 ବର୍ଷୀୟ ବ୍ୟକ୍ତି ।

ସେହିପରି ଖୋର୍ଦ୍ଧାରୁ ଆଜି ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 84 ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 81 ଓ 69 ବର୍ଷ । ନୟାଗଡର ତିନି ମୃତକଙ୍କ ବୟସ ଯଥାକ୍ରମେ 78, 30 ଓ 34 ବର୍ଷ ବୋଲି ସୂଚନା ରହିଛି ।

ସୁନ୍ଦରଗଡରୁ ମୃତ୍ୟୁବରଣ କରିଥବା ଆକ୍ରାନ୍ତଙ୍କ ବୟସ 72ବର୍ଷ ହୋଇଥିବାବେଳେ ରାୟଗଡାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 46 ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 286କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 137କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧାରେ ଏହା 38କୁ ବୃଦ୍ଧି ହୋଇଥିବାବେଳେ ରାୟଗଡାରେ 11ଓ ସୁନ୍ଦରଗଡରେ 18କୁ ବୃଦ୍ଧି ହୋଇଛି । ନୟାଗଡରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଲାଣି ।

କେଉଁଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ଅନ୍ୟାନ୍ୟ ମୃତ
ଗଞ୍ଜାମ 13088 10573 2370 137 8
ଖୋର୍ଦ୍ଧା 6663 3230 3386 38 9
କଟକ 3202 2083 1104 11 4
ସୁନ୍ଦରଗଡ 2362 1427 913 18 4
ଗଜପତି 2020 1485 518 16 1
ଯାଜପୁର 1634 1308 322 3 1
ରାୟଗଡା 1506 927 568 11 0
ବାଲେଶ୍ବର 1434 1014 410 5 5
ପୁରୀ 1299 734 558 4 3
କୋରାପୁଟ 1271 795 474 2 0
ସମ୍ବଲପୁର 1169 506 661 2 0
କେଉଁଝର 1043 799 238 4 2
ନୟାଗଡ 1041 620 411 8 2
ଭଦ୍ରକ 984 642 334 4 4
ମାଲ୍‌କାନଗିରି 926 485 436 2 3
ମୟୂରଭଞ୍ଜ 918 621 293 1 3
କନ୍ଧମାଳ 916 529 382 5 0
ଜଗତସିଂହପୁର 892 715 175 2 0
ବଲାଙ୍ଗିର 696 425 271 0 0
କେନ୍ଦ୍ରାପଡା 668 498 166 3 1
ଢେଙ୍କାନାଳ 667 351 315 1 0
ବରଗଡ 644 407 234 3 0
କଳାହାଣ୍ଡି 518 232 284 2 0
ଅନୁଗୁଳ 439 310 127 2 0
ଝାରସୁଗୁଡା 400 317 82 1 0
ନବରଙ୍ଗପୁର 383 282 99 1 1
ବୌଦ୍ଧ 210 137 73 0 0
ନୂଆପଡା 187 131 56 0 0
ସୋନପୁର 174 108 66 0 0
ଦେବଗଡ 101 94 7 0 0
Categories
ଆଜିର ଖବର ରାଜ୍ୟ ଖବର

ଆଜି 29 ଜିଲ୍ଲାରୁ 1434 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି

ଭୁବନେଶ୍ବର : ଆଜି 29 ଜିଲ୍ଲାରୁ 1434 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ରାୟଗଡାରୁ 197, କଟକରୁ 123, ଗଜପତିରୁ 91, ସୁନ୍ଦରଗଡରୁ 76, ପୁରୀରୁ 65, ଯାଜପୁରରୁ 57, ସମ୍ବଲପୁରରୁ 51, କନ୍ଧମାଳରୁ 44, ଭଦ୍ରକରୁ 25, ମାଲକାନଗିରିରୁ 24, କେନ୍ଦ୍ରାପଡାରୁ 22, କଳାହାଣ୍ଡିରୁ 18, ଜଗତସିଂହପୁର ଓ ଢେଙ୍କାନାଳରୁ 13 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ କୋରାପୁଟରୁ 12 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 9,  ନୟାଗଡରୁ 8, ନୂଆପଡାରୁ 7ଜଣ ରହିଛନ୍ତି । ଝାରସୁଗୁଡା ଓ ସୋନପୁରରୁ 6 ଜଣ ଲେଖାଏଁ ରହିଥିବାବେଳେ ବରଗଡ ଓ ବୌଦ୍ଧରୁ 5 ଜଣ ଲେଖାଏଁ ରହିଛନ୍ତି । କେଉଁଝର, ଦେବଗଡ ଓ ନବରଙ୍ଗପୁରରୁ 2 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

24 ଜିଲ୍ଲାରୁ 1320 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି 24 ଜିଲ୍ଲାରୁ 1320 ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 560ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 174, ଗଜପତି ଓ ପୁରୀରୁ 90ଜଣ ଲେଖାଏଁ ରହିଛନ୍ତି ।  ରାୟଗଡାରୁ 65, ସୁନ୍ଦରଗଡ ଓ କଟକରୁ 47 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 39 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 38, କୋରାପୁଟରୁ 30,  ଭଦ୍ରକରୁ 28, କେଉଁଝରରୁ 24, ବାଲେଶ୍ବର ଓ ଯାଜପୁରୁର 23 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 14, ବଲାଙ୍ଗିରରୁ 9, ଅନୁଗୁଳରୁ 6, ନୂଆପଡାରୁ 4, ଜଗତସିଂହପୁରର 3,  ଝାରସୁଗୁଡାରୁ 2 ଜଣ ରହିଛନ୍ତି । ସେହିପରି ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସପ୍ତାହେ ପାଇଁ ସଟ୍‌ଡାଉନ୍‌ ହେଲା ଏହି ଜିଲ୍ଲା

ରାୟଗଡା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାକୁ ଆସନ୍ତା 7 ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ଜୁଲାଇ 29 ତାରିଖ ଯାଏଁ ସଟ୍‌ଡାଉନ୍‌ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି ।

ସୂଚନାଯୋଗ୍ୟ ଆଜି ରାୟଗଡା ଜିଲ୍ଲାରୁ  96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 338ରେ ପହଞ୍ଚିଥିବାବଳେ 139 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ 2 ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ସୁଦ୍ଧା 197ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ରାୟଗଡା ଛୁଇଁଲା କରୋନା

ରାୟଗଡା : ରାୟଗଡା ଛୁଇଛି କରୋନା । ରାଜ୍ୟର 30ତମ ଜିଲ୍ଲା ଭାବେ ରାୟଗଡାକୁ କରୋନା ଛୁଇଁଛି । ରାଜ୍ୟର ସମସ୍ତ 30ଟି ଜିଲ୍ଲାକୁ କରୋନା ବ୍ୟାପିଲା। ଆଜି ଚିହ୍ନଟ 143 ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ  ପଜିଟିଭ୍‌ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ଜଣାପଡିଛି ।

ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 132 ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ 11 ରହିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2388କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ 1054 ଜଣ ଚିକିତ୍ସାଧୀନ ଥିବାବେଳେ 1325 ଜଣ ସୁସ୍ଥ ହୋଇଛନ୍ତି। ତେବେ 7ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।