Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦେଢ କିଲୋ ରୁପା ଅଳଙ୍କାର ଲୁଟ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ସାହିର ସୁରେନ୍ଦ୍ର ମହାପାତ୍ର ନାମକ ଜଣେ ରୁପା ଅଳଙ୍କାର ବ୍ୟବସାୟୀ ଗଞ୍ଜାମ ଜିଲ୍ଲାର ଗାଁ ଗାଁ ବୁଲି ରୁପା ଅଳଙ୍କାର ବ୍ୟବସାୟ କରନ୍ତି। ସନ୍ଧ୍ୟାରେ ବ୍ୟବସାୟ ସାରି ଘରକୁ ଫେରିବା ବେଳେ ସେ ପ୍ରତ୍ୟେକ ଦିନ କିଛି ଖାଦ୍ୟ ପଦାର୍ଥ କିଣି ଘରକୁ ନିଅନ୍ତି। ଏହି ପରିପ୍ରେକ୍ଷୀରେ ସେ ଟାଉନ ଥାନା ଅନ୍ତର୍ଗତ ନନ୍ଦନ ହୋଟେଲ ସାମନାରେ କିଛି ଫାଷ୍ଟ୍ ଫୁଡ୍ କିଣିବା ବେଳେ ହଠାତ୍ ଦୁଇ ଜଣ ଯୁବକ ଏକ କଳା ପଲସର ମୋଟରସାଇକେଲରେ ଆସି ସୁରେନ୍ଦ୍ରଙ୍କ ଗାଡ଼ିରେ ଲାଗିଥିବା ଅଳଙ୍କାର ବ୍ୟାଗ୍ ଟିକୁ ଲୁଟି ନେଇଥିଲେ।

ଏହି ସମୟରେ ଲୁଟିଆଙ୍କ ସହ ସୁରେନ୍ଦ୍ରର ଟଣାଉଟରା ଓ ଧସ୍ତାଧସ୍ତି ହୋଇଥିଲା। କିନ୍ତୁ ଲୁଟେରା ମାନେ ଉକ୍ତ ଅଳଙ୍କାର ବ୍ୟାଗ୍ ତତକ୍ଷଣାତ୍ ସେଠାରୁ ଚମ୍ପଟ୍ ମାରିଥିଲେ। ସୁରେନ୍ଦ୍ର ଲୁଟେରା ମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ ସେମାନଙ୍କୁ ପାଇଲେ ନାହିଁ। ଶେଷରେ ଉପାୟ ନପାଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଓ ଏତଲା ଗ୍ରହଣ କରି ପୋଲିସ ନିକଟରେ ସଂଯୋଗ ହୋଇଥିବା ସି ସି କ୍ୟାମେରା ଫୁଟେଜ କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।