Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରୋମରେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାରଣ କଣ

ଭୁବନେଶ୍ବର: ନବୀନ ପଟ୍ଟନାୟକ କାନ୍ଦିଲେ, ହେଲେ ଓଡିଶାରେ ନୁହେଁ। ସେ ସୁଦୂର ରୋମରେ ଏକ ହଲ ଭିତରେ କାନ୍ଦିଲେ। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରୋମ ଗସ୍ତରେ ଥିବା ନବୀନ ଗୋଟିଏ ଦିନ ସେଠାରେ ଥିବା ଓଡିଆଙ୍କ ସହିତ ସାକ୍ଷାତ କରିଥିଲେ। ଏହି ସାକ୍ଷାତବେଳେ ସମ୍ବଲପୁରର ଜଣେ ଛାତ୍ର ଶେଷ କିଶାନଙ୍କ ସଂଘର୍ଷର କାହାଣୀ ଶୁଣି ନବୀନ ଭାବ ବିହ୍ବଳ ହୋଇପଡିଥିଲେ। ଶେଷରେ କାନ୍ଦକାନ୍ଦ ହୋଇପଡିଲେ ନବୀନ।

ରୋମରେ ଆୟୋଜିତ ହୋଇଥିଲା ପ୍ରବାସୀ ଓଡିଆଙ୍କ ଭେଟଘାଟ। ସେଠାରେ ୟୁରୋପର ବିଭିନ୍ନ ଦେଶରୁ ଆସିଥିବା ଓଡିଆଙ୍କ ସହିତ ନବୀନ କଥା ହୋଇଥିଲେ। ଶେଷ ବ୍ୟକ୍ତି ଥିଲେ ସମ୍ବଲପୁରର ଶେଷ କିଶାନ। ସେ କିପରି ମାଟିଝାଟି ପରିବାରରୁ ଆସି ବର୍ତ୍ତମାନ ଜର୍ମାନୀରେ ପଢିପାରିଛି ତାହାର କାହାଣୀ କହିଥିଲେ। ଏଥିପାଇଁ ନବୀନ ସରକାରଙ୍କ ଯୋଜନା ତାଙ୍କୁ ବେଶ୍ ସହାୟତା ଦେଇଥିଲା ବୋଲି ସେ କହିଥିଲେ। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତ ପ୍ରବାସୀ ଓଡିଆ ଭାବ ବିହ୍ବଳ ହୋଇପଡିଥିଲେ।