Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଶ୍ରୀଲଙ୍କା ଦ୍ଵିତୀୟ ଦିନିକିଆ: ୪ ୱିକେଟ୍ ରେ ଜିତିଲା ଟିମ ଇଣ୍ଡିଆ, ସିରିଜ କବଜା କଲା ରୋହିତ ବାହିନୀ

କୋଲକାତା: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୪ ୱିକେଟ୍ ରେ ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ କେ.ଏଲ୍ ରାହୁଲଙ୍କ ଲଢୁଆ ଅର୍ଦ୍ଧ ଶତକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ୬ ଟି ଚୌକା ସହାୟତାରେ ୬୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଖେଳିବାବେଳେ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛି।

ବାସ୍ତବରେ ଟିମ୍ ଇଣ୍ଡିଆ ୨୨ ତମ ଘରୋଇ ସିରିଜରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଭାରତୀୟ ମାଟିରେ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ମୋଟ ୨୬ ଟି ସିରିଜ୍ ଖେଳାଯାଇଛି। ଏଥିମଧ୍ୟରେ ଶ୍ରୀଲଙ୍କା ଗୋଟିଏ ବି ସିରିଜ୍ ଜିତି ନାହିଁ। ଟିମ୍ ଇଣ୍ଡିଆ ୨୬ ଟି ସିରିଜ୍ ମଧ୍ୟରୁ ୨୨ ଟି ଜିତିଥିବାବେଳେ ଅବଶିଷ୍ଟ ଚାରିଟି ସିରିଜ୍ ଡ୍ରରେ ଶେଷ ହୋଇଛି।

ତେବେ ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ଥିରୁବନନ୍ତପୁରମରେ ଖେଳାଯିବ। ଏହାପୂର୍ବରୁ ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୬୭ ରନରେ ଜିତିଥିଲା।