Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ!, ଦୁବାଇରେ ହେଉଥିଲେ ଚିକିତ୍ସିତ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଆଜି ଦୁବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପାକିସ୍ତାନୀ ଗଣମାଧ୍ୟମକୁ ଉଦ୍ଧୃତ କରି ଏହି ଖବର ସାମ୍ନାକୁ ଆସିଛି।

ମିଡିଆ ରିପୋର୍ଟ ମୁଶରଫଙ୍କ ପରିବାର ସଦସ୍ୟଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଆଜି ଆମିଲୋଏଡୋସିସ୍ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ କିଛି ସପ୍ତାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୯୯ ରେ ପରଭେଜ ମୁଶରଫ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ।

ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ଦଶମ ସିଜେସିଏସସି ଏବଂ ୧୯୯୮ ରୁ ୨୦୦୭ ପର୍ଯ୍ୟନ୍ତ ସପ୍ତମ ଶୀର୍ଷ ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ।