Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଲର୍ଡ୍ସଠାରେ ଇତିହାସ ସୃଷ୍ଟି କଲେ ୟୁଜବେନ୍ଦ୍ର ଚହଲ, ପ୍ରଥମ ଭାରତୀୟ ବୋଲର ଭାବେ କଲେ ଏହି ରେକର୍ଡ

ଲର୍ଡ୍ସ: ଲର୍ଡରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଇତିହାସ ସୃଷ୍ଟି କରିଛନ୍ତି। ଏହି ମ୍ୟାଚ୍‌ରେ ସେ ତାଙ୍କ ୧୦ ଓଭରରେ ୪୭ ରନ୍ ଦେଇ ଚାରି ୱିକେଟ୍ ନେଇଛନ୍ତି। ଏହା ସହିତ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି।

ଲର୍ଡସରେ ଚାରିଟି ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ:

ବାସ୍ତବରେ, ୟୁଜବେନ୍ଦ୍ର ଚହଲ ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ଭାରତୀୟ ଭାବେ ଲର୍ଡସରେ ଚାରିଟି ୱିକେଟ୍ ନେଇଛନ୍ତି। ସେ ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜନି ବେୟାରଷ୍ଟୋ ଏବଂ ମୋଏନ୍ ଅଲିଙ୍କୁ ପାଭିଲିୟନକୁ ପଠାଇଛନ୍ତି।

ଦ୍ୱିତୀୟ ଦିନିକିଆରେ ପ୍ରଥମେ ଖେଳିବା ପରେ ଆୟୋଜକ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୨୪୭ ରନ୍ ଲକ୍ଷ୍ୟ ଦେଇଥିଲା। ଇଂଲଣ୍ଡ ପାଇଁ ମୋଏନ୍ ଅଲି ୪୭ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ଡେଭିଡ ୱିଲି ୪୧ ରନର ଇନିଂସ ଖେଳିଥିଲେ। ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ଲେଗ୍ ସ୍ପିନର ୧୦ ଓଭରରେ ୪୭ ରନ୍ ଦେଇ ଚାରି ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ଏଥି ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।