Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତିନି ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ଯାତନା ଅଭିଯୋଗ: ଅଭିଯୁକ୍ତ ମଉସା ଗିରଫ

ଭବାନୀପାଟଣା: ତିନି ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ଯାତନା ଅଭିଯୋଗ। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ମସ୍କାପଦର ଗ୍ରାମରୁ। ଝାମୁଯାତ୍ରା ଦେଖିବାକୁ ଯାଇଥିବା ବେଳେ ଶିଶୁକନ୍ୟାର ମଉସା ମିଠା କିଣି ଖାଇବାକୁ ଦେବାର ପ୍ରଲୋଭନ ଦେଖାଇ ତାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଆଜି ଶିଶୁକନ୍ୟାର ପରିବାର ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଶିଶୁକନ୍ୟାର ଡ଼ାକ୍ତରୀମାଇନା କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଘଟିଯାଇଥିବା ଏଭଳି ଏକ ଲଜ୍ଜ୍ୟାଜନକ ଘଟଣାକୁ ନେଇ ସାଧାରଣରେ ଚାଂଚଲ୍ୟ ଖେଳିଯାଇଛି।