Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ସ୍ୱାଭିମାନ ଅଂଚଳର ପରିବର୍ତ୍ତନ, ନବୀନ ସରକାରଙ୍କର ସଫଳ ଉଦ୍ୟମ

ଭୁବନେଶ୍ୱର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓପ୍ରବଣ ଅଞ୍ଚଳ ପାଇଁ ଅନେକ କିଛି ଘୋଷଣା କରିଛନ୍ତି। ପୂର୍ବର ଗୁରୁପ୍ରିୟା ସେତୁଠାରୁ ଆରମ୍ଭ କରି ବର୍ତ୍ତମାନର ମାଗଣା ସ୍ମାର୍ଟ ଫୋନ ଯୋଗାଣ। ବିଭିନ୍ନ ସମୟରେ ସେ ରାଜ୍ୟର ମାଓପ୍ରବଣ ଅଞ୍ଚଳର ବିକାଶର ଧାରା ତିଆରି କରିବାରେ ଲାଗିଛନ୍ତି। ସେଥିପାଇଁ ବିଛିନ୍ନାଞ୍ଚଳରୁ ସ୍ୱାଭିମାନ ଅଂଚଳ ପାଲଟିଛି ମାଓପ୍ରବଣ ଜିଲ୍ଲା। ସ୍ଥାନୀୟ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସହ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ଯୋଜନା ପ୍ରସ୍ତୁତ କରି ଉପାନ୍ତ ଅଞ୍ଚଳକୁ ବିକଶିତ ଜିଲ୍ଲାରେ ପରିଣତ କରୁଛନ୍ତି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ନକ୍ସଲଙ୍କ ପ୍ରମୁଖ ଦାବୀ ଥିଲା ବିକାଶ। ସେହି ବିକାଶକୁ ଆଗକୁ ନେଇ ନବୀନ ବର୍ତ୍ତମାନ ସେମାନଙ୍କ ମୁହଁ ବନ୍ଦ କରିବାରେ ସକ୍ଷମ ହୋଇ ପାରିଛନ୍ତି।

ସେହିପରି ସଂସ୍କୃତି ସଂପର୍ଣ୍ଣ ଓଡିଶାର ଐତିହ୍ୟ କଥା ଦେଖାଯାଉ। ରାଜ୍ୟର ଶ୍ରୀକ୍ଷେତ୍ର ପୁରୀର ବିକାଶ ସହ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ଦିଗରେ ରାଜ୍ୟ ସରକାର ଯେଭଳି ଆନ୍ତରିକତା ଦେଖାଇଛନ୍ତି, ତାହା ଓଡିଶା ରାଜନୈତିକ ଇତିହାସରେ ବିରଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଐତିହ୍ୟ କରିଡର ପାଇଁ ଯେଭଳି ସମର୍ପଣ ଭାବ ପ୍ରକାଶ କରୁଛନ୍ତି, ପୂର୍ବରୁ ଏଭଳି କୌଣସି ମୁଖ୍ୟମନ୍ତ୍ରୀଙ୍କ ସମୟରେ ସମ୍ଭବ ହୋଇପାରି ନ ଥିଲା। ବିଶ୍ୱ ଐତିହ୍ୟରେ ପୁରୀକୁ ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯେତିକି ବାସ୍ତବ ରୂପ ନେଉଛି, ସେତିକି ଲୋଭନୀୟ ଓ ଅପୂର୍ବ ହେଉଛି ପୁରୀ ସହର। ସାମଗ୍ରିକ ଭାବେ ପୁରୀର ବିକାଶ ସହିତ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵର ବିକାଶ ଦେଖିଲେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ଶ୍ରଦ୍ଧାଳୁଙ୍କ ମନରେ ଅଦ୍ଭୁତ ଆନନ୍ଦ ଭାବ ଦେଖା ଦେଇଛି।

ମନ୍ଦିର ଚାରିପାଖରୁ ଜବରଦଖଲ ହଟାଇବା ସହ ଚତୁଃପାର୍ଶ୍ୱରୁ ବିକାଶ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରି କାର୍ଯ୍ୟକୁ ଯେଭଳି ତ୍ୱରାନ୍ୱିତ କରିଛନ୍ତି, ତାହା କେବଳ ଆଖିରେ ଦେଖିଲେ ହିଁ ବିଶ୍ୱାସ କରିହେବ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଧୀରେ ଧୀରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଆଖି ଝଲସା ପଥପାର୍ଶ୍ଵ, ବୃକ୍ଷରୋପଣ ସହିତ ଏକ ଉଡ଼ନ୍ତା ପୋଲ ସହ ସଂଯୋଗ ହେବାକୁ ଯାଉଛି ଶ୍ରୀକ୍ଷେତ୍ର। ବ୍ଲୁ ଫ୍ଲାଗ ମାନ୍ୟତା ସହ ପୁରୀ ବେଳାଭୂମି ଆଗନ୍ତୁକ ଅବସର ବିନୋଦନ କ୍ଷେତ୍ରରେ ନୂଆ ଅନୁଭୂତି ଆଣି ଦେଉଛି। ଏହା ସମ୍ଭବ ହୋଇଛି କେବଳ ନବୀନଙ୍କ ପାଇଁ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଶ୍ରୀକ୍ଷେତ୍ର ସତରେ ଅପରୂପ ଶ୍ରୀକ୍ଷେତ୍ରର ରୂପ ନେଉଛି।

ସେହିପରି ଏକାମ୍ର କ୍ଷେତ୍ରର ବିକାଶ ଯେଭଳି ଢଙ୍ଗରେ ଚାଲିଛି, ତାହା ଐତିହ୍ୟ ବିକାଶର ମାଇଲଖୁଣ୍ଟ। ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନକୁ ବାସ୍ତବ ରୂପ ଦେବାରେ ଆଉ ଜଣେ ମହାନ ସ୍ଥପତିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ନବୀନଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ। ଯାହାଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି। ବିଜେଡି ଶାସନ କାଳରେ ଦୁଇ ଐତିହ୍ୟ କରିଡର ବିକାଶ ନିଶ୍ଚୟ ରାଜ୍ୟ ପାଇଁ ଐତିହ୍ୟର ଏକ ସ୍ବର୍ଣ୍ଣିମ ଇତିହାସ ବୋଲି କୁହାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ମଧ୍ୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ପଶ୍ଚିମ ଦ୍ବାର ପଟୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ବାରା ଚାଲିଛି ଉଚ୍ଛେଦ । ଲକ୍‌ ଡାଉନ୍‌ ପାଇଁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କାମ ବନ୍ଦ ରହିଥିଲା । ଆଜିଠାରୁ ଉଚ୍ଛେଦ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।  ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ବିଭିନ୍ନ  କାର୍ଯ୍ୟ ପାଇଁ ପ୍ରସ୍ତୁତି ହୋଇଛି । ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ କରାଯିବ ।

Categories
ଜାତୀୟ ଖବର ବିଶେଷ ଖବର

ରାତି ୧୦ଟାରେ ଉଠିବ ମହାଦୀପ, ଜାଣନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ପାର୍କିଂ ସମ୍ପର୍କରେ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍‌ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ୩.୩୦ରୁ ସାହାଣମେଲା ଦର୍ଶନ କରିପାରିବେ। ଅପରାହ୍ନ ୧୨.୪୫ ରୁ ୨.୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବ। ସନ୍ଧ୍ୟା ୭.୧୦ରୁ ୭.୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ହେବା ୧୦ଟା ପରଠାରୁ ମହାଦୀପ ଦର୍ଶନ ହେବ।

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡକୁ ଲକ୍ଷ୍ୟ ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ପୁଲିସ ‌ନିୟନ୍ତ୍ରଣ କକ୍ଷ ରହିବ। ସେହିପରି ସେଠାରେ ସୂଚନା କେନ୍ଦ୍ର ମଧ୍ୟ ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୁଲିସ ନଜର ରଖିବ। ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଧା ପୋଷାକଧାରୀ ପୁଲିସ ନଜର ରଖିବେ। ପୁରୁଣା ଥାନା ଥିବା ଜାଗାରେ ଲୋକ ଧାଡ଼ି ବାନ୍ଧି ଠିଆ ହେବେ। ମନ୍ଦିର ଦୁଇ ପାର୍ଶ୍ବ ରାସ୍ତାରେ ଲୋକ ବସି ଦୀପ ଜାଳିବେ।

ସେହିପରି  ଯାନବାହାନ ପାର୍କିଂ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ରୋଡରୁ ଆସୁଥିବା ଦୁଇ ଚକିଆ ଯାନ ବଢେଇବାଙ୍କ ଦେଇ ଏସ୍‌ଏମ୍‌ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ ହେବ। ମାଉସୀମା ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଯାନ କେଦାରଗୌରୀ ମନ୍ଦିରର ଉଭୟ ପାର୍ଶ୍ବରେ ପାର୍କିଂ କରାଯିବ। ସେହିପରି ରବି ଟକିଜ୍ ଆଡୁ ଆସୁଥିବା ସବୁ ଗାଡି ମଧ୍ୟ ସେହି ସ୍ଥାନରେ ପାର୍କିଂ ହେବ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଆସିଥିବା ଗାଡି ବିଏମସି ମାର୍କେଟ୍ କମ୍ପ୍ଲେକ୍ସ ପାଖରେ ପାର୍କିଂ କରିହେବ ବୋଲି ସୂଚନା ରହିଛି।