Categories
ଆଜିର ଖବର ରାଜ୍ୟ ଖବର

ନୂଆଜଗନ୍ନାଥ ସଡକରେ କାର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

ନିରାକରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ପୁରୀ-ନୂଆ ଜଗନ୍ନାଥ ସଡକ ଲେଣ୍ଡୋ କାଜ ନିକଟରେ ଏକ ଫର୍ଡ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ନୁଆ ଜଗନ୍ନାଥ ସଡକ ରାସ୍ତା ଉପରୁ ବିଲକୁ ଖସି କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଘଟଣାରୁ ଜଣାପଡିଛି କଲିକତାର ଗୋଟିଏ ପରିଵାର ସଦସ୍ୟ ଓଡିଶା ବୁଲିବାକୁ ଆସିଥିଲେ।ଆଜି କାରରେ ୫ ଜଣ ସଦସ୍ୟ ମଧ୍ୟାହ୍ନରେ ପୁରୀରୁ ନିରାକାରପୁର ଆସୁଥିଲେ। ହେଲେ ଲେଣ୍ଡୋ କାଜ ବ୍ରିଜ ପାରହୋଇ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ଧାନ ବିଲକୁ ଓଲଟି ଖସିପଡିଥିଲା। ସୌଭାଗ୍ୟବଶତଃ କାହାର କିଛି ହୋଇନଥିଲା ବେଳେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି। ପରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ଲୋକ ମାନଙ୍କୁ ଉଦ୍ଧାର କରି କାରଟିକୁ ରାସ୍ତା ଉପରକୁ ଉଠାଇଛନ୍ତି।