Categories
ଆଜିର ଖବର ରାଜ୍ୟ ଖବର

ସର୍ବସାଧାରଣଙ୍କ ପାଇଁ ଖୋଲା ହେବ ଲୋକସେବା ଭବନ ଉଦ୍ୟାନ, ଜାଣନ୍ତୁ କେବେ

ଭୁବନେଶ୍ବର: ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ।

ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କାର୍ଯ୍ୟାଳୟ ହୋଇଥିବାରୁ ତା ଭିତରକୁ ସର୍ବସାଧାରଣ ପ୍ରବେଶ ନିଷେଧ। କେବଳ କର୍ମଚାରୀ ଏବଂ ଅନୁମତି ପ୍ରାପ୍ତ ବ୍ୟକ୍ତିମାନେ ସେ ଭିତରକୁ ଯାଇଥାନ୍ତି। ହେଲେ ସେ ଭିତରେ ଯେପରି ଉଦ୍ୟାନ କରାଯାଇଛି ତାହା ସମସ୍ତେ ଦେଖିବାର ସୁଯୋଗ ନ ଥାଏ। ବର୍ତ୍ତମାନ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଉଦ୍ୟାନ ନୂଆ ବର୍ଷରେ ଖୋଲାଯାଇଥାଏ।

ଏହା ପରେ ସର୍ବସାଧାରଣଙ୍କୁ ପ୍ରବେଶ ନିଷେଧ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଖୋଲିଲା ଲୋକସେବା ଭବନ ଉଦ୍ୟାନ, ଲୋକେ ଦେଖି ବେଶ ଖୁସ

ଭୁବନେଶ୍ବର: ଆଜିଠାରୁ ଖୋଲିଲା ଲୋକସେବା ଭବନ ଉଦ୍ୟାନ। ବର୍ଷସାରା ଏକ ବନ୍ଦୀ ଜୀବନ କଟାଉଥିବା ଏହି ପାର୍କକୁ ଦେଖିବା ପାଇଁ ଆଜି ଖୋଲା ଯାଇଛି। ତେବେ ଭୁବନେଶ୍ବର ବାସିନ୍ଦା ଏହାକୁ ସବୁଦିନ ପରିଦର୍ଶନ କରିପାରିବେ ନାହିଁ। ସେଥିପାଇଁ କେତେକ ନିର୍ଦ୍ଧିଷ୍ଠ ଦିନ ଖୋଲିବା ପାଇଁ ନିଷ୍ପତି କରାଯାଇଛି।

ଜାନୁଆରୀ ମାସର ସବୁ ଛୁଟି ଦିନରେ ଦର୍ଶକଙ୍କ ପାଇଁ ଏହି ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଚତୁର୍ଥ ଶନିବାର ବ୍ୟତୀତ, ରବିବାର, ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ୮ଟି ଛୁଟିରେ ପୁଷ୍ପ ଉଦ୍ୟାନ ବୁଲି ପାରିବେ। ଆଜି ମଧ୍ୟ ନୂଆ ବର୍ଷରେ ଜନସାଧାରଣ ଉଦ୍ୟାନ ବୁଲି ଦେଖି ପାରିବେ।