Categories
ଆଜିର ଖବର ଧର୍ମ

ଆଜି ରାତିରୁ ଶନିଦେବ କରୁଛନ୍ତି ନକ୍ଷତ୍ର ପରିବର୍ତ୍ତନ, ଛଅଟି ରାଶି ହେବେ ପ୍ରଭାବିତ

ନୂଆଦିଲ୍ଲୀ,  ଶନିଦେବ 22 ଜାନୁଆରୀ ରାତିରୁ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି। ଶନି ମକର ରାଶିରେ ଥିବାବେଳେ ଏହି ନକ୍ଷତ୍ର ପରିବର୍ତ୍ତନ ହେଉଛି। ଆଜିଠାରୁ ଶନି ଦେବ ଶ୍ରାବଣ ନକ୍ଷତ୍ରରେ ରହିବେ, ଏହା ପୂର୍ବରୁ ସେ ଉତ୍ତରଷଢା ନକ୍ଷତ୍ରରେ ଥିଲେ। ଏହାପରେ ଏହି ବର୍ଷ ଶନି ଦେବ ଆଉ କୈଣସି ଗମନାଗମନ କରୁନାହାଁନ୍ତି।

ଶନିଙ୍କୁ କର୍ମର ଭଗବାନ କୁହାଯାଏ। ଶନିଙ୍କ ଏହି ଚଳନ ଯୋଗୁଁ  ବିଭିନ୍ନ ରାଶି ଉପରେ ଏହାର ପ୍ରଭାବ ପଡିବ। ଏହି ପରିବର୍ତ୍ତନ ଯୋଗୁଁ 6 ଟି ରାଶ ପାଇଁ ଅତ୍ୟନ୍ତ ଶୁଭ ସମୟ ଅଟେ। ଶନିଦେବ ମକର ରାଶିରେ 2023 ମସିହା ଜାନୁୟାରୀ 18 ତାରିଖ  ପର୍ଯ୍ୟନ୍ତ ରହିବେ।

ଶନିଙ୍କର ଏହି ଚଳନ ଯୋଗୁଁ ମେଷ, କର୍କଟ, ବିଛା, ବୃଷ, ଧନୁ ଏବଂ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ବେଶ ଶୁଭଦାୟକ ହେବ। ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। ଏହି ଲୋକମାନେ ଜୀବନରେ ସୁଖ ଏବଂ ସମୃଦ୍ଧତା ପାଇବେ। ଅନ୍ୟ ପକ୍ଷରେ ମିଥୁନ, ତୂଳା, କୁମ୍ଭ, ସିଂହ ମକର ଏବଂ ମୀନ ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡିବ।